ଜେରୁଜେଲମ: ଇସ୍ରାଏଲର ୩୦୦ ପୁରୁଷ ଏବଂ ମହିଳା ସ୍ବେଚ୍ଛାସେବୀ ଏକ ନିଆରା ଢଙ୍ଗରେ ଫଟୋ ଶୁଟ୍ କରିଛନ୍ତି। ପରିବେଶ ବିପର୍ଯ୍ୟୟ ପ୍ରତି ଦୃଷ୍ଟି ଦେଇ ମହିଳା ଏବଂ ପୁରୁଷ ସ୍ବେଚ୍ଛାସେବୀମାନେ ଏପରି ଉପାୟ ଅବଲମ୍ବନ କରିଛନ୍ତି। ବିନା ପୋଷାକରେ ଡେଡ୍ ସି’ ବା ମୃତ ସାଗର ନିକଟରେ ସେମାନେ ଫଟୋ ଉଠାଇଛନ୍ତି। ସମସ୍ତେ ଶରୀରକୁ ଧଳା ରଙ୍ଗରେ ପେଣ୍ଟିଂ କରିଛନ୍ତି।
ଏହି ସମସ୍ତ ସ୍ବେଚ୍ଛାସେବୀ ଫଟୋ ଆମେରିକୀୟ ଫଟୋଗ୍ରାଫର ସ୍ପେନ୍ସର ଟ୍ୟୁନିକ ଉତ୍ତୋଳନ କରିଛନ୍ତି। ଟ୍ୟୁନିକ ବିଶ୍ୱର ଅନେକ ସ୍ଥାନରେ ଫଟୋ ଉଠାଇଛନ୍ତି। ସେଥିମଧ୍ୟରେ ଫ୍ରାନ୍ସର ଓ୍ବାଇନ କଣ୍ଟ୍ରି, ସୁଇସ୍ର ଗ୍ଲାସିୟର ଏବଂ ସାଉଥ ଆଫ୍ରିକାର ତଟ ରହିଛି। ଟ୍ୟୁନିକ କହିଛନ୍ତି, ‘ଇସ୍ରାଏଲ ଯାତ୍ରା ମୋ ପାଇଁ ଏକ ବଡ଼ ଅନୁଭୂତି ହୋଇଛି। ଏଠାରେ ଫଟୋ ଶୁଟ କରି ବହୁତ ଖୁସି।