ଆନନ୍ଦପୁର,୬।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ବ୍ଲକ୍ ପଦନପୁର ଗାଁ ଛକରେ ଏକ ଷଣ୍ଢକୁ ଦୁର୍ବୃତ୍ତ ୮ ତୀର ମାଡ଼ କରିଛନ୍ତି। ଷଣ୍ଢ ଅବସ୍ଥା ଗୁରୁତର ଥିବା ବେଳେ ସ୍ଥାନୀୟ ଯୁବକ ପ୍ରାଣୀ ଚିକିତ୍ସକଙ୍କ ସହାୟତାରେ ଚିକିତ୍ସା କରୁଛନ୍ତି। ଏଭଳି ଅମାନୁଷିକ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କୁ ଠାବ କରାଯାଇ ଉଚିତ୍ ଦଣ୍ଡ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।