Categories: ଜାତୀୟ

କାଉନସିଲରଙ୍କ ସ୍ବାମୀଙ୍କୁ ଗୁଳିମାଡ଼

ପାଟନା,୩୧।୭: ବିହାର ରାଜଧାନୀ ପାଟଣାର କୁର୍ଜି ଅଞ୍ଚଳ ସୋମବାର ଗୁଳି ଫୁଟିଛି। କାଉନସିଲରଙ୍କ ସ୍ବାମୀ ନୀଲେଶ ମୁଖିଆଙ୍କ ଉପରକୁ କେତେକ ଦୁର୍ବୃତ୍ତ ଗୁଳି କରିଛନ୍ତି। ଘଟଣା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ଜଣାପଡିଛି। ଘଟଣାରେ ୪ ଜଣ ଅଭିଯୁକ୍ତ ସମ୍ପୃକ୍ତ ଥିବା ସୂଚନା ମିଳିଛି। ନୀଲେଶ ଭାଜପା ସହ ଜଡିତ ଅଛନ୍ତି। ବର୍ତ୍ତମାନ ନୀଲେଶଙ୍କ ସ୍ତ୍ରୀ ସୁଚିତ୍ରା ସିଂ ଓ୍ବାର୍ଡ ନମ୍ବର ୨୨ ବିର କାଉନସିଲର ଅଛନ୍ତି।

ଖବର ପାଇ ପାଟଲିପୁତ୍ର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅବସ୍ଥା ଗୁରୁତର ଥିବା ଜଣାପଡିଛି।

Share