ମାର୍ଶାଘାଇ ଲୁଣା ବ୍ରିଜ୍‌ ଉପରେ ଯୁବକଙ୍କୁ ଗୁଳିମାଡ଼

କେନ୍ଦ୍ରାପଡା, ୩୦।୭ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ମଙ୍ଗଳା ଛକ ନିକଟ ଲୁଣା ବ୍ରିଜ୍‌ ଉପରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି ା ଅବସ୍ଥା ଗୁରୁତର ଥିବାରୁ ପ୍ରଥମେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ା ଗୁରୁତର ଯୁବକ ହେଉଛନ୍ତି ଶକ୍ତିଚନ୍ଦନ ମହାନ୍ତି ା ଶକ୍ତିଚନ୍ଦନଙ୍କ ଘର ଜଗତସିଂହପୁର ଜିଲା ମହିରା ଗ୍ରାମରେ ହୋଇଥିବା ବେଳେ ସେ ଗୁଡୁ ଠିକାଦାରଙ୍କ ପାଖରେ କାମ କରୁଛନ୍ତି। ସେ ଶନିବାର ସନ୍ଧ୍ୟାରେ ଲୁଣାବ୍ରିଜ୍‌ ଦେଇ ମାର୍ଶାଘାଇ ବଜାରକୁ ଯାଉଥିଲେ ା ଏହି ସମୟରେ ଗୋଟିଏ ବୁଲେଟରେ ୨ ଜଣ ଯୁବକ ଆସି ତାଙ୍କୁ ଲକ୍ଷ୍ୟ କରି ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲେ ା ସେହି ଗୁଳି ଶକ୍ତିଚନ୍ଦନଙ୍କ ପେଟରେ ବାଜିଛି ା ଘଟଣା ସମ୍ପର୍କରେ ଥାନାଧିକାରୀ ପ୍ରଜ୍ଞା ପାରମିତା ଜେନା ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ସୂଚନା ଦେଇଛନ୍ତି ା ତେବେ କେଉଁ କାରଣରୁ ଏହି ଘଟଣା ଘଟିଛି ତାହା ସ୍ପଷ୍ଟ ହୋଇନାହିଁ ା


Enter your email to get our daily news in your inbox.

All Right Reserved By Dharitri.Com

ବାର୍‌ହା ମାଂସ ଜବତ କଲା ବନ ବିଭାଗ, ଜେଲ୍‌ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନାଞ୍ଚଳ ନୂଆପଡ଼ା ସେକ୍ସନ ଯୋଗିଆପଲ୍ଲୀ ଗ୍ରାମର ନୀଳାମ୍ବର ମଳିକଙ୍କଠାରୁ ଲୋମଯୁକ୍ତ ପ୍ରାୟ ୨ କେଜି ବାର୍‌ହା ମାଂସକୁ...

ଦାଉ ସାଧିଲା ଅଦିନିଆ ବର୍ଷା: ବର୍ଷକର ଆହାର ଚିନ୍ତାରେ ଚାଷୀ

ନିରାକାରପୁର/ଜଟଣୀ/ ବାଣପୁର, ୨୩ା୧୨ (ମାନସ ଚନ୍ଦ୍ର ପଟ୍ଟନାୟକ/ ରବୀନ୍ଦ୍ରନାଥ ମହାକୁଡ଼/ ଦିଲୀପ ସ୍ବାଇଁ) ଲଘୁଚାପଜନିତ ବର୍ଷା ଯୋଗୁ ଖୋର୍ଦ୍ଧା ଜିଲାରେ ଧାନଚାଷ କ୍ଷତିଗ୍ରସ୍ତ ହୋଇଛି। ଯେଉଁ...

ଏସ୍‌ସିବିରେ ସ୍ଥାନାନ୍ତର ହେବ ନନ୍‌ଟ୍ରମା କାଜୁଆଲ୍‌ଟି

କଟକ,୨୩ା୧୨(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲର ନନ୍‌ଟ୍ରମା କାଜୁଆଲ୍‌ଟି ସ୍ଥାନାନ୍ତର ହେବ। ଏବେ କାଜୁଆଲ୍‌ଟି ଯେଉଁ ସ୍ଥାନରେ କାର୍ଯ୍ୟ କରୁଛି, ସେଠାରୁ ଉଠିଯାଇ ଭେଷଜ ୱାର୍ଡର ୟୁନିଟ୍‌-୬ରେ...

ବଡ଼ଦିନ, ନୂଆବର୍ଷରେ ସ୍ବାଦିଷ୍ଟ ଖାଦ୍ୟର ମଜାନେବେ ସହରବାସୀ

କଟକ,୨୩ା୧୨(ଶିଳ୍ପା ପ୍ରିୟଦର୍ଶିନୀ): ଦିନ କେଇଟା ପରେ ବଡ଼ଦିନ ଓ ନୂଆବର୍ଷ। ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ସହ ନୂତନ ବର୍ଷକୁ ସ୍ବାଗତ କରିବା ପାଇଁ ସହରବାସୀ...

ଜାଲ୍‌ କାଗଜପତ୍ରରେ ଜମି ପଞ୍ଜୀକରଣ, ଭଉଣୀଭାଇଙ୍କ ସମେତ ୪ ଗିରଫ

ବ୍ରହ୍ମପୁର,୨୩।୧୨(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଉପନିବନ୍ଧକ (ସବ୍‌-ରେଜିଷ୍ଟ୍ରର)ଙ୍କ କାର୍ଯ୍ୟାଳୟ-୨ରେ ନକଲି କାଗଜପତ୍ର ଦାଖଲ କରି ଏକ ଜମିକୁ ପଞ୍ଜୀକରଣ ଉଦ୍ୟମ କରୁଥିବା ୪ ଅଭିଯୁକ୍ତଙ୍କୁ ଟାଉନ...

ମୁକୁଳିଲେ ଭିଏଟ୍‌ନାମର ୬ ନାବିକ

ପାରାଦୀପ,୨୩।୧୨(ଶରତ ରାଉତ): ପାରାଦୀପରେ ୨୦୨୩ ନଭେମ୍ବର ୩୦ରୁ ଅଟକ ଥିବା ଏମ୍‌ଭି ଦେବୀ ଜାହାଜର୨୧ ଜଣ ଭିଏଟ୍‌ନାମ ନାବିକଙ୍କ ମଧ୍ୟରୁ ରବିବାର ସାରେ ମାତ୍ର ୬...

ଜିନ୍ନତ ହେବ ଟ୍ରାଙ୍କୁଲାଇଜ୍‌

ବାରିପଦା,୨୩ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମହାବଳ ବାଘୁଣୀ ଜିନ୍ନତକୁ ଫେରାଇ ଆଣିବାକୁ ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ଟ୍ରାଙ୍କୁଲାଇଜ୍‌...

ଡବଲ ଇଞ୍ଜିନ ସରକାର ଉପରେ ବର୍ଷିଲେ ସାଗର

ଭବାନୀପାଟଣା,୨୩ା୧୨(ଉତ୍ତମ କୁମାର ଦାଶ): ରାଜ୍ୟ ସଭା ଭଳି ପବିତ୍ର ଗୃହରେ ବାବା ସାହେବ ଆମ୍ବେଡକରଙ୍କ ନାମରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଅପମାନଜନକ ଶବ୍ଦ ବ୍ୟବହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri