ଜୁଏଲେରି ଦୋକାନ ମାଲିକଙ୍କୁ ଗୁଳି ମାଡ଼: ଧରାପଡ଼ିଲେ ମାଷ୍ଟରମାଇଣ୍ଡ

ସମ୍ବଲପୁର,୨୯ା୨(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଏକ ଜୁଏଲେରି ଦୋକାନ ମାଲିକଙ୍କୁ ଗୁଳିକରି ଲୁଟ୍‌ ଉଦ୍ୟମ ଘଟଣାରେ ପୋଲିସ ଗୁରୁବାର ୨ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଜିଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ପି ମୁକେଶ ଭାମୁ ସୂଚନା ଦେଇ କହିଛନ୍ତି, ଗତ ୧୬ ତାରିଖରେ ସହରର ପାୟଲ ଜୁଏଲେରି ଦୋକାନରେ ଘଟିଥିବା ଗୁଳିକାଣ୍ଡ ଘଟଣାକୁ ନେଇ ଧନୁପାଲି ଥାନାରେ ଏକ ମାମଲା (ନଂ.୭୫/୨୪) ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ଘଟଣାରେ ୮ଜଣ ସମ୍ପୃକ୍ତ ଥିବା ଜଣାପଡିଥିଲା। ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ଗିରଫ କରାଯାଇଛି।

ସେମାନେ ହେଲେ ମାଷ୍ଟରମାଇଣ୍ଡ ବିହାର ସମସ୍ତିପୁର ଜିଲା ଦଲସିଂସରାଇ ଥାନା ମଇପୁର ଗ୍ରାମର ମୂଳବାସିନ୍ଦା ତଥା ବର୍ତ୍ତମାନ ଧନୁପାଲି ଥାନା ଟାଙ୍ଗରପାଲିରେ ରହୁଥିବା ସଞ୍ଜୟ ସାହା ଓରଫ ସାହୁ(୪୫) ଓ ଅଇଁଠାପାଲି ଥାନା ଅନୁଗୁଳିଆ ପଡ଼ାରେ ରହୁଥିବା ବଲାଙ୍ଗୀର ଜିଲା ସଇଁତଲା ଥାନା ଗୁମସର ଗ୍ରାମର ମୂଳବାସିନ୍ଦା ଟିକେଶ୍ୱର ସାହୁ(୫୧)। ସେମାନଙ୍କ ନିକଟରୁ ୨ ବାଇକ୍‌, ୩ ବନ୍ଧୁକ, ୭ ଜୀବନ୍ତ ଗୁଳି, ୨ମୋବାଇଲ ଫୋନ, ସୁନା ଅଳଙ୍କାର, ୯ ହଜାର ଟଙ୍କା ଜବତ କରାଯାଇଛି। ଏମାନେ ସମ୍ବଲପୁର ଓ ବରଗଡ଼ ଜିଲାର ୭ଟି ସୁନା ଦୋକାନ ଲୁଟ୍‌ ଘଟଣାରେ ସମ୍ପୃକ୍ତି ନେଇ ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଛି। ଏଥିରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି ସେ ନେଇ ଅଧିକ ତଦନ୍ତ ପାଇଁ ଗିରଫଦ୍ୱୟଙ୍କୁ ରିମାଣ୍ଡରେ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଉକ୍ତଦିନ ସ୍ପଷ୍ଟ ଦିବାଲୋକରେ ଅଭିଯୁକ୍ତମାନେ ଗୋବିନ୍ଦତୋଲାସ୍ଥିତ ନ୍ୟୁପାୟଲ ଜୁଏଲେରିରେ ଡକାୟତି ଉଦ୍ୟମ କରିଥିଲେ। ମାତ୍ର ଦୋକାନ ମାଲିକ ସୁଜିତ ସ୍ବର୍ଣ୍ଣକାର ବାଧାଦେବାରୁ ସେମାନେ ଲୁଟ୍‌ କରିବାରେ ବିଫଳ ହୋଇ ତାଙ୍କ ଉପରକୁ ଗୁଳି ଚାଳନାକରି ଫେରାର ହୋଇଯାଇଥିଲେ। ଗୁଳିମାଡ଼ରେ ଆହତ ସୁଜିତଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ସେ ଚିକିତ୍ସାଧୀନ ଥିବା ଏସ୍‌ପି ଭାମୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା

ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri