ଗାଡ଼ି ହର୍ଣ୍ଣ ମରାକୁ ନେଇ ଗଣ୍ଡଗୋଳ: ତଦନ୍ତ ପାଇଁ ଆସିଥିବା ପୋଲିସକୁ ଛୁରାମାଡ଼

ଭୁବନେଶଶ୍ୱର,୪।୧୦: ତଦନ୍ତ ପାଇଁ ଆସିଥିଲେ ପିସିଆର କର୍ମଚାରୀ, ଛରାମାଡ଼ କଲେ ଦୁର୍ବୃତ୍ତ। ଏଭଳି ଅଭାବନୀୟ ଘଟଣା ଘଟିଛି ମଞ୍ଚେଶ୍ବର ଥାନା ଚକେଇସିଆଣି ଶ୍ରୀରାମନଗରରେ । ଗାଡ଼ି ହର୍ଣ୍ଣ ମରାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହି ସମୟରେ ଦୁର୍ବୃତ୍ତ ଛୁରାମାଡ଼ କରିଥିଲେ। ଛୁରାମାଡ଼ରେ ଜଣେ ପୋଲିସ କନଷ୍ଟେବଳ ଆହତ ହୋଇଛନ୍ତି।