ପ୍ରେମ ବ୍ୟାପାରକୁ ନେଇ ସାଙ୍ଗକୁ ଗୁଳି ମାଡ

କେନ୍ଦୁଝର,୧୩।୬(ସ୍ବ.ପ୍ର): ପ୍ରେମ ବ୍ୟାପାରକୁ ନେଇ ସାଙ୍ଗ ସାଙ୍ଗକୁ ମାରିଲା ଗୁଳି। ଏପରି ଅଭାବନୀୟ ଘଟଣା ଘଟିଛି ହରିଚନ୍ଦନପୁର ଥାନା ସିଙ୍ଗିବିଲା ଗ୍ରାମରେ।
ସୋମବାର ରାତିରେ ଗୁଳି ମାଡ଼ରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ତାଙ୍କ ନାମ ପୂର୍ଣ୍ଣଚନ୍ଦ୍ର ଦାସ ବୋଲି ଜଣାପଡିଛି। ରକ୍ତାକ୍ତ ଅବସ୍ଥାରେ ପରିବାର ଲୋକ ପୂର୍ଣ୍ଣଚନ୍ଦ୍ରଙ୍କୁ ପ୍ରଥମେ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ କେନ୍ଦୁଝରକୁ ଚିକିତ୍ସା ପାଇଁ ନେଇଥିଲେ। ମୁଣ୍ଡରେ ଗୁଳି ବାଜିଥିବା ଡାକ୍ତର କହିଛନ୍ତି। ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି। ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ, ୨ସାଙ୍ଗ ବେଙ୍ଗାଲୁରୁରେ କାମ କରନ୍ତି। ସେମାନେ ରଜ ଛୁଟିରେ ଘରକୁ ଆସିଥିଲେ। ଗତ କାଲି ସାରେ ଦୁଇ ଜଣ ଘରେ ବସି କଥାବାର୍ତ୍ତା ହେଉଥିବା ବେଳେ କୌଣସି ଏକ କଥାକୁ ନେଇ ବଚସା ଆରମ୍ଭ ହୋଇଥିଲା। ଝଗଡାରୁ ଉତକ୍ଷିପ୍ତ ହୋଇ ବିନୋଦ ଗୁଳି ଚଳାଇଥିଲା। ଗୁଳି ମାଡରେ ପୂର୍ଣ୍ଣଚନ୍ଦ୍ରଙ୍କର ମୁଣ୍ଡ ପଛପଟେ ଗୁଳି ବାଜିଥିବା ଜଣା ପଡ଼ିଛି। ତେବେ ଏହି ବନ୍ଧୁକ କାହାର ଓ କେଉଁଠୁ ଆସିଲା ଏବଂ କେଉଁ କାରଣରୁ ସାଙ୍ଗକୁ ଗୁଳି ମାଡ଼ କଲା ପୋଲିସ ତଦନ୍ତ କରୁଛି। ଏସପି କେନ୍ଦୁଝର ନିତିନ କୁଶଲକର ତାଗଡୁ କହିଛନ୍ତି, ପ୍ରେମ ବ୍ୟାପାରକୁ ନେଇ ଗୁଳିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି। ଗିରଫ ଅଭିଯୁକ୍ତଙ୍କୁ ଆହୁରି ପଚରାଉଚରା କରାଯାଉଛି।