ସଲମାନଙ୍କୁ ହତ୍ୟା ଷଡ଼ଯନ୍ତ୍ର: ହକି ଷ୍ଟିକ୍‌ରେ ଲୁଚି ରହିଛି ବନ୍ଧୁକ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାଁ ଏବଂ ବାପା ସଲିମ ଖାଁଙ୍କୁ ହତ୍ୟା ଧମକ ମିଳିବା ଘଟଣାର ଯାଞ୍ଚ ଜାରି ରଖିଛି ମୁମ୍ବାଇ ପୋଲିସ। ତେବେ ସଲମାନଙ୍କ ଘର ଆଖପାଖରେ ଜଣେ ସ୍ନାଇପର ସବୁବେଳେ ରହୁଥିବା ଖବର ଏବେ ପୋଲିସର ଚିନ୍ତା ବଢ଼ାଇଦେଇଛି। ତେବେ ଏହି ସ୍ନାଇପର ଜଣକ ମୋଡିଫାଏଡ୍‌ ହକି ଷ୍ଟିକ୍‌ରେ ବନ୍ଧୁକ ଧରି ବୁଲୁ୍‌ଥିବା ବେଳେ ଲରେନ୍ସ ବିଷ୍ଣୋଇ ତାଙ୍କୁ ପଠାଇଥିବା ଜଣାପଡ଼ିଛି। ଶୁକ୍ରବାର ଏନେଇ ପୋଲିସ ସ୍ପଷ୍ଟ କରିବା ସହ ମୁମ୍ବାଇ ପୋଲିସର ଏସ୍‌କର୍ଟକୁ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ମୁତୟନ କରାଯାଇଛି। ସୂଚନାଯୋଗ୍ୟ, ମର୍ନିଂଓ୍ବାକ୍‌ରୁ ଆସି ସଲିମ୍‌ ଯେଉଁ ବେଞ୍ଚରେ ବସନ୍ତି ସେଠାରେ ଯେଉଁ ବ୍ୟକ୍ତି ଧମକପୂର୍ଣ୍ଣ ଚିଠି ରଖିଥିଲେ ପୋଲିସ ତାଙ୍କୁ ଚିହ୍ନଟ କରିସାରିଛି। ତେବେ ଏ ଘଟଣାରେ ଲରେନ୍ସ ବିଷ୍ଣୋଇ ଏବଂ କାନାଡାରେ ଥିବା ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର୍‌ଙ୍କ ସମ୍ପୃକ୍ତି ଥିବା କୁହାଯାଉଛି। ଏନେଇ ଗତ ମଙ୍ଗଳବାର ବାନ୍ଦ୍ରା ପୋଲିସ ସଲମାନଙ୍କ ବୟାନ ରେକର୍ଡ କରିଥିଲା। ତାଙ୍କର କେହି ଶତ୍ରୁ ନାହାନ୍ତି କି ସେ କାହାରି ଉପରେ ହତ୍ୟା ଧମକ ପାଇଁ ସନ୍ଦେହ କରୁନାହାନ୍ତିି ବୋଲି ସଲମାନ କହିଥିଲେ ।

Share