Categories: ଜାତୀୟ

ଡିପ୍ରେସନରେ ଥିଲେ ଶୁଟର୍‌, ଶେଷରେ ନେଲେ ଏମିତି ପଦକ୍ଷେପ

କୋଲକତା,୨୧।୮: ୩ ବର୍ଷ ଧରି ଶାରୀରିକ ଅସୁସ୍ଥତା ଯୋଗୁ ଡିପ୍ରେସନରେ ଥିବା ଜଣେ ଶୁଟର ଶେଷରେ ଜୀବନ ହାରିଛନ୍ତି। ଯେଉଁ ବନ୍ଧୁକ ସହିତ ସେ ଶୁଟିଂ ଅଭ୍ୟାସ କରୁଥିଲେ ସେହି ବନ୍ଧୁକରେ ଗୁଳି ମାରି ନିଜ ଜୀବନ ନେଇଛନ୍ତି। ପଶ୍ଚିମବଙ୍ଗର ହାଓ୍ବାଡାର ନଟଓ୍ବର ପାଲରେ ଏଭଳି ଘଟଣା ଘଟିଛି। ଶୁଟ୍‌ର ଅମିତ ଧର ଗତ ୩ ବର୍ଷ ହେବ ଶାରିରୀକ ଅସୁସ୍ଥତା ଯୋଗୁ ବେଡ୍‌ରେ ପଡି ରହୁଥିଲେ। ଏଥିରେ ସେ ଏତେ ଚିନ୍ତାଗ୍ରସ୍ତ ହୋଇପଡିଥିଲେ। ଫଳରେ ସେ ନିଜ ଲାଇସେନ୍ସପ୍ରାନ୍ତ ବନ୍ଧୁକରୁ ଗୁଳି ଚଳାଇ ଆତ୍ମହତ୍ୟା କରିଥିଲେ। ପୋଲିସ ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହ ସମ୍ପୃକ୍ତ ବନ୍ଧୁକ ମଧ୍ୟ ଜବତ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Share