Categories: ଖେଳ

ପ୍ୟାରିସ ଅଲମ୍ପିକ୍ସରେ ଭାରତକୁ ଆଉ ଏକ ବ୍ରୋଞ୍ଜ, ସୁଟର୍ ସ୍ବପ୍ନିଲ କୁସାଲେ ରଚିଲେ ଇତିହାସ

ନୂଆଦିଲ୍ଲୀ,୧।୮: ପ୍ୟାରିସ ଅଲମ୍ପିକ୍ସରେ ଭାରତକୁ ଆଉ ଏକ ବ୍ରୋଞ୍ଜ ପଦକ ମିଳିଛି। ଭାରତର ସୁଟର୍ ସ୍ବପ୍ନିଲ କୁସାଲେ ପୁରୁଷ ୫୦ ମିଟର ରାଇଫଲ୍‌ସ ୩ ପୋସିସନରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି। ଥିସହିତ ଭାରତ ଅଲମ୍ପିକ୍ସରେ ତୃତୀୟ ପଦକ ମିଳିଛି, ଆଉ ଏହି ସମସ୍ତ ତିନି ପଦକ ସୁଟିଂରୁ ଆସିଛି।

ପୂର୍ବରୁ ୧୦ ମିଟର ପିସ୍ତଲ ଇଭେଣ୍ଟରେ ମନୁ ଭାକର ପ୍ରଥମେ ବ୍ରୋଞ୍ଜ ଜିତିତିଲେ ପରେ ମିଶ୍ରିତ ଯୁଗଳ ବର୍ଗରେ ସର୍ବଜୋତଙ୍କୁ ସାଥି କରି ଆଉ ଏକ ବ୍ରୋଞ୍ଜ ଜିତିଥିଲେ।

ଭାରତର ସୁଟର୍, ବ୍ୟାଡ଼ମିଣ୍ଟନ, ବକ୍ସିଂ, ତୀରନ୍ଦାଜ, ଗଲ୍ଫ, ହକି ଭଳି ଇଭେଣ୍ଟରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ପଞ୍ଚମ ଦିନରେ ଭାରତକୁ କୌଣସି ପଦକ ମିଳି ନ ଥଲେ ମଧ୍ୟ ଭାରତ ପାଇଁ ଏହା ସକାରାତ୍ମକ ରହିଥିଲା। ବ୍ୟାଡ଼ମିଣ୍ଟନରେ ପିଭି ସିନ୍ଧୁ, ଲକ୍ଷ୍ୟ ସେନ ବିଜୟ ସହିତ ପ୍ରି-କ୍ୱାର୍ଟରରେ ପ୍ରବେଶ କରିଥିଲେ। ଯେତେବେଳେ କି ଭାରତୀୟ ମହିଳା ବକ୍ସର ଲବିଲୀନା କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେହିପରି ଶୁଟିଂ ଏବଂ ତୀରନ୍ଦାଜରେ ମଧ୍ୟ ଭଲ ପ୍ରଦର୍ଶନ ରହିଥିଲା।

Share