ରାଞ୍ଚତ୍,୨୦ା୧:ଝାଡ଼ଖଣ୍ଡର ଗଢ଼ଓ୍ବା ଓ ଲାଟେହାରରେ ଏକ ଚିତାବାଘ ୩ ପିଲାଙ୍କ ସମେତ ୪ ଜଣଙ୍କୁ ମାରି ଖାଇସାରିଲାଣି। ଶେଷରେ ରାଜ୍ୟର ବନ ବିଭାଗ ଏହି ମଣିଷଖିଆ ବାଘକୁ ଗୁଳି କରିବାକୁ ନିର୍ଦ୍ଦେଶନାମା ଜାରି କରିଛି। ବାଘକୁ ଟ୍ରାଙ୍କୁଲାଇଜ୍ କରିବା ସହ ଧରିବା ପାଇଁ ହାଇଦ୍ରାବାଦର ଜଣାଶୁଣା ଶିକାରୀ ନଓ୍ବାବ ଶଫାଥ ଅଲୀ ଖାନ୍ଙ୍କୁ ଦାୟିତ୍ୱ ଦିଆଯାଇଛି। ଏବେ ଶୁଟିଂ ଅର୍ଡର ମିଳିବା ପରେ ସେ ମଣିଷଖିଆ ଚିତାକୁ ମାରିବାକୁ ଉଦ୍ୟମ କରିବେ। ଗୁଳି କରିବା ପାଇଁ ପ୍ରିନ୍ସିପାଲ ଚିଫ୍ କଞ୍ଜରଭେଟର ଫର୍ ଫରେଷ୍ଟ (ପିସିସିଏଫ୍ ଓ୍ବାଇଲ୍ଡ ଲାଇଫ୍) ଶଶିକର ସାମନ୍ତ ସର୍ତ୍ତମୂଳକ ଅନୁମତି ଦେଇଥିବା ସ୍ପଷ୍ଟ କରିଛନ୍ତି। କାହା ଜୀବନ ପ୍ରତି ବିପଦ ଥିବା ଅନୁଭୂତ ହେଲେ ଚିତାକୁ ହତ୍ୟା କରାଯିବ। ତଥାପି ଏହାକୁ ନିଶ୍ଚେତକ ଦେଇ ଧରିବା ପାଇଁ ଉଦ୍ୟମ ଚାଲିଛି। ଗୁଳି କରିବା ଶେଷ ବିକଳ୍ପ ବୋଲି ସାମନ୍ତ କହିଛନ୍ତି। ପ୍ରକାଶ ଯେ, ପାଲାମୁ ଆଞ୍ଚଳିକ ବନ ମୁଖ୍ୟ ସଂରକ୍ଷକ (ଅର୍ସିସିଏଫ୍) କୁମାର ଆଶୁତୋଷଙ୍କ ସୁପାରିସକ୍ରମେ ଚିତାକୁ ଗୁଳି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗତ ଡିସେମ୍ବରରେ ଏହି ଚିତା ୪ ଜଣଙ୍କୁ ଖାଇଦେବା ପରେ ଏହାର ଗତିବିଧି ଉପରେ ନଜର ରଖିବା ପାଇଁ ୫୦ କ୍ୟାମେରା ସମେତ ଗୋଟିଏ ଡ୍ରୋନ୍ ଓ ବହୁ ସଂଖ୍ୟକ ବନ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।