Categories: ଜାତୀୟ

ରାତି ୮ଟା ପରେ ବାଣ ଫୁଟାଇବା ପଡିଲା ମହଙ୍ଗା, ୫୫୪ ମାମଲା ରୁଜୁ କଲା ପୋଲିସ…

ଚେନ୍ନାଇ,୧୩।୧୧ : ସୁପ୍ରିମକୋର୍ଟଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟ ପରେ ବାଣ ଫୁଟାଉଥିବା ନେଇ ତାମିଲନାଡୁ ପୋଲିସ ଉଲ୍ଲଂଘନକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ଚେନ୍ନାଇ ପୋଲିସ କହିଛି, ଦୀପାବଳିରେ ୫୫୪ ମାମଲା ରୁଜୁ ହୋଇଛି। ସୁପ୍ରିମକୋର୍ଟ ବାଣ ଫୁଟାଇବା ପାଇଁ ଦୁଇ ଘଣ୍ଟା ସ୍ଥିର କରିଥିଲେ, ଯାହାକୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା। ସୁପ୍ରିମକୋର୍ଟଙ୍କ ଦ୍ୱାରା ସକାଳ ୬ରୁ୭ ଏବଂ ସନ୍ଧ୍ୟା ୭ ରୁ ୮ପର୍ଯ୍ୟନ୍ତ ସମୟ ସ୍ଥିର କରାଯାଇଥିଲା। କିନ୍ତୁ ନିର୍ଦ୍ଧାରିତ ସମୟ ପରେ ମଧ୍ୟ ଲୋକମାନେ ବାଣ ଫୁଟାଉଥିଲେ। ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ପୋଲିସ କମିଶନର ସନ୍ଦୀପ ରାୟ ରାଠୋରଙ୍କ ଦ୍ୱାରା ପ୍ରକାଶିତ ଏକ ବିବୃତ୍ତିରେ କୁହାଯାଇଛି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଉଲ୍ଲଂଘନ ପାଇଁ ଏହି ମାମଲା ରୁଜୁ ହୋଇଛି। ଏଥିସହ କେତେକ ବାଣ ଦୋକାନ ଆଇନ ଉଲ୍ଲଂଘନ କରିଥିବାରୁ ୮ ଟି ମାମଲା ରୁଜୁ କରାଯାଇଥିଲା। ଅଧିକ ଶବ୍ଦ ଥିବା ବାଣ ଫୁଟାଉଥିବା ଅଭିଯୋଗରେ ୧୯ ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।

 

Share