
ଢେଙ୍କାନାଳ,୪ା୪(ରତନ ନାୟାର): ହିନ୍ଦୋଳ ରାସୋଳ ଥାନା ଅନ୍ତର୍ଗତ କଦଳୀପାଳ ମାନପୁର ଗାଁ ନିକଟରେ ଶିକାର ପାଇଁ ଯାଇଥିବା ବେଳେ ସାଙ୍ଗକୁ ଗୁଳି କରିଛନ୍ତି ଅନ୍ୟ ଜଣେ ସାଙ୍ଗ। ଗୁରୁବାର ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା। ମାନପୁର ଗାଁର ୪ ସାଙ୍ଗ ବିଳମ୍ବିତ ରାତିରେ ଶିକାର ପାଇଁ ଯାଇଥିଲେ। ୪ ଜଣ ହେଲେ ସାଙ୍ଗ ହେଲେ ମାନପୁର ଗାଁର ସନ୍ତୋଷ ନାୟକ,ନରେଶ ସ୍ବାଇଁ, ବାବୁଲା ନାୟକ, ପ୍ରଶାନ୍ତ ନାୟକ ଯାଇଥିଲେ। ପ୍ରଶାନ୍ତ ନାୟକଙ୍କ ଶିକାରୀ ବନ୍ଧୁକଙ୍କ ଗୁଳିମାଡ଼ରେ ବାବୁଲା ନାୟକଙ୍କ ମୃତ୍ୟୁ ହୋଇଛି। ଗୁଳିମାଡ଼ ପରେ ବାବୁଲାଙ୍କୁ ଅନ୍ୟ ତିନିଜଣ ମିଶି କାନପୁର ଗାଁର କାଜୁ ଜଙ୍ଗଲରେ ଲୁଚେଇ ରଖିଥିଲେ। ପରେ ରାତି ପ୍ରାୟ ୧୨ଟା ବେଳକୁ ବାବୁଲା ଘରକୁ ଯାଇ ସ୍ତ୍ରୀ ଦିଲ୍ଲୀ ନାୟକଙ୍କୁ ମୃତ୍ୟୁ ଖବର ଦେଇଥିଲେ। ଝିଲ୍ଲୀ ନାୟକ ଏବାବଦରେ ଗାଁ ଲୋକଙ୍କୁ ଜଣାଇଥିଲେ। ଗାଁ ଲୋକ ରାସୋଳ ଥାନାରେ ଏନେଇ ଏତଲା ଦେଇଥିଲେ।ରାସୋଳ ପୋଲିସ ଗାଁ ଲୋକ ଘଟଣାସ୍ଥଳରେ ରାତି ପ୍ରାୟ ୨ଟା ବେଳକୁ ପହଞ୍ଚିଥିଲେ। ମୃତଦେହକୁ ପୋଲିସ ଜବତ କରି ଏକ ଅଟୋ ଯୋଗେ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ରାସୋଳ ପୋଲିସ ଏହି ଘଟଣାରେ ମୋଟ ୪ଜଣଙ୍କୁ ଗିରଫ କରିବା ସହ ବ୍ୟବହୃତ ଶିକାରୀ ବନ୍ଧୁକ ଜବତ କରିଛି। ହିନ୍ଦୋଳ ପୋଲିସ ଏ ଘଟଣାରେ ଅଧିକ ତଦନ୍ତ ଚଳାଇଛି।