ପ୍ରଦର୍ଶନକାରୀଙ୍କ ଉପରେ ଗୁଳିମାଡ଼…

କଲମ୍ବୋ, ୧୯।୪ : ଋଣଗ୍ରସ୍ତ ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଉତ୍କଟ ହେବାରେ ଲାଗିଛି। ଏପରିସ୍ଥଳେ ଲୋକେ ଏକଜୁଟ ହୋଇ ସରକଙ୍କ ବିରୋଧରେ ପ୍ରଦର୍ଶନ ଜାରି ରଖିଛନ୍ତି। ମଙ୍ଗଳବାର କେତେକ ପ୍ରଦର୍ଶନକାରୀ ରାମବୁକାନାଠାରେ ହାଇଓ୍ବେ ଅବରୋଧ କରିଥିଲେ।

ସେମାନେ ସରକାର ବିରୋଧୀ ସ୍ଲୋଗାନ ଦେଉଥିଲେ। ପୋଲିସ ପକ୍ଷରୁ ଭିଡ଼ଙ୍କୁ ଘଉଡେଇବା ଲାଗି ଲାଠି ଚାର୍ଜ କରାଯାଇଥିଲା। ମାତ୍ର ସ୍ଥିତି ଅଣାୟତ୍ତ ହେବାରୁ ପୋଲିସ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା। ଏଥିରେ ୧୦ ଜଣ ଆହତ ହୋଇଥିବାବେଳେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶ ପୁଣି ବଢ଼ିବାରେ ଲାଗିଥିବା କୁହାଯାଉଛି। ସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି।

Share