ବିବାହ ପାର୍ଟିରେ ଗୁଳିମାଡ, ଜଣେ ମୃତ ୫ ଆହତ

ପ୍ୟାରିସ,୩୦।୬: ଉତ୍ତର-ପୂର୍ବ ଫ୍ରାନ୍ସର ଏକ ବିବାହ ଉତ୍ସବରେ ଅଜ୍ଞାତ ମାସ୍କ ବନ୍ଧୁକଧାରୀମାନେ ହଠାତ୍‌ ଗୁଳି ଚଳାଇଥିଲେ। ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ଜଣ ଆହତ ହୋଇଥିବା ଖବର ମିଳିଛି। ରବିବାର ପୋଲିସ ସୂତ୍ରରୁ ଏହି ସୂଚନା ଦିଆଯାଇଛି। ସୂତ୍ରରୁ ପ୍ରକାଶ ଯେ ଉତ୍ତର-ପୂର୍ବ ସହର ଥିଓନଭିଲରେ ହୋଇଥିବା ଏହି ଆକ୍ରମଣ ଡ୍ରଗ୍ସ ବେପାରୀଙ୍କ ମଧ୍ୟରେ ପ୍ରତିଶୋଧ ନେବା ସହ ଜଡିତ ଥିଲା।
କୁହାଯାଉଛି ଯେ ସେହି ସମୟରେ ମାସ୍କେଡ ବନ୍ଧୁକଧାରୀମାନେ ରିସେପ୍ସନ ହଲରେ ଗୁଳି ଚଳାଇଥିଲେ। ସେତେବେଳେ ହଲରେ ପ୍ରାୟ ୧୦୦ ଲୋକ ଉପସ୍ଥିତ ଥିଲେ। ଏହି ଗୁଳି ବିନିମୟରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ରହିଛି।
ପୋଲିସର ସୂଚନାନୁସାରେ, ଗୁଳି ଚଳାଇଥିବା ଅପରାଧୀମାନେ ଘଟଣାସ୍ଥଳରୁ ପଳାୟନ କରିଛନ୍ତି। ପୋଲିସ ସୂତ୍ରରୁ ପ୍ରକାଶ, ଏହା ଏକ ବିବାହ ସମୟରେ ଘଟିଥିଲା। ସକାଳ ୧ଟା ୧୫ସମୟରେ ଏକ ଗୋଷ୍ଠୀ ହଲ ସମ୍ମୁଖରେ ଏମାନେ ଧୂମ୍ରପାନ କରିବାକୁ ବାହାରିଥିଲେ ଏବଂ ତା’ପରେ ତିନିଜଣ ସଶସ୍ତ୍ର ଲୋକ ଆସି ସେମାନଙ୍କ ଆଡକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ୪, ୫୦୦ ବର୍ଷ ତଳର ସହର, ପଡ଼ିରହିଛି ୩ ଶହ ମୃତଦେହ

ନୂଆଦିଲ୍ଲୀ,୨।୭: ଇତିହାସରେ ଏମିତି କିଛି ଘଟଣା ରହିଛି, ଯାହା ସମୟ ସହିତ ଅଦୃଶ୍ୟ ହୋଇଯାଇଛି । କିନ୍ତୁ ବେଳେ ବେଳେ ହଜାର ହଜାର ଘଟଣା ସାମ୍ନାକୁ...

ଲାଗୁ ହେଲା ନୂଆ ନିୟମ, ନାତୁଣୀ-ନାତିଙ୍କ ଯତ୍ନ ନେବା ପାଇଁ ଜେଜେମା-ଜେଜେଙ୍କୁ ମିଳିବ ଛୁଟି

କୋପେନହେଗନ,୨।୭: ସୋମବାର ସ୍ବିଡେନ ନୂତନ ପିତୃତ୍ୱ ନିୟମ ଲାଗୁ କରିଛି। ଏହା ଅଧୀନରେ, ଜେଜେମା-ଜେଜେବାପାମାନେ ଶିଶୁ ଜନ୍ମର ପ୍ରଥମ ବର୍ଷରେ ତିନିମାସ ପର୍ଯ୍ୟନ୍ତ ନାତି ନାତୁଣୀଙ୍କ...

ଭାରତ-ପାକିସ୍ତାନ ସମ୍ପର୍କକୁ ନେଇ ମୁହଁ ଖୋଲିଲା ଆମେରିକା

ଓ୍ବାଶିଂଟନ୍‌,୨।୭: ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଦୀର୍ଘ ବର୍ଷ ଧରି ବନ୍ଦ ରହିଛି। ଭାରତର ସ୍ପଷ୍ଟ ଆଭିମୁଖ୍ୟ ରହିଛି, ଯେପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ନିୟନ୍ତ୍ରଣ...

୨୮ ବର୍ଷ ବୟସରେ ଏହି ଯୁବକ ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨ା୭: ଗତ ୫ ବର୍ଷ ମଧ୍ୟରେ ବିଶ଼୍ବର ବିଭିନ୍ନ ଦେଶରେ ନିର୍ବାଚନ ହୋଇଛି । ପ୍ରାୟତଃ ରାଷ୍ଟ୍ରରେ ସରକାର ବଦଳିଛି ଏବଂ ପ୍ରଧାନମନ୍ତ୍ରୀ ମଧ୍ୟ...

ନୂଆ ଟିକସ ବୃଦ୍ଧିକୁ ନେଇ ହିଂସା: ଚାଲିଗଲା ୩୯ ଜୀବନ

ନାଇରୋବି,୨।୭:ନୂଆ ଟିକସ ବୃଦ୍ଧି ବିରୋଧରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ କରାଯାଉଛି। ଏହି ହିଂସାରେ ଏପର୍ଯ୍ୟନ୍ତ ଅତି କମରେ ୩୯ ଜଣଙ୍କର ମୃତ୍ୟୁ ହୋଇଛି। ଏହି...

ପରୀକ୍ଷଣ ବେଳେ ଚାଇନାର ‘ତିଆନ୍‌ଲଙ୍ଗ୍‌-୩’ ରକେଟ ଦୁର୍ଘଟଣାଗ୍ରସ୍ତ

ବେଜିଂ, ୨।୭: ଚାଇନାର ସ୍ପେସ୍‌ ପାୟୋନିଅର କମ୍ପାନୀ ଦ୍ୱାରା ‘ତିଆନ୍‌ଲଙ୍ଗ୍‌-୩’ ରକେଟକୁ ସୋମବାର ପରୀକ୍ଷଣ କରାଯାଉଥିବାବେଳେ ଏହା ହଠାତ୍‌ ଉତ୍‌କ୍ଷେପିତ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉକ୍ତ ରକେଟଟି...

ମନ୍ଦିରରେ ଘୂରି ବୁଲୁଛି ବ୍ରିଟେନ ରାଜନୀତି, ସୁନକଙ୍କ ବ୍ୟତୀତ ବିରୋଧୀ ନେତା ବି କରୁଛନ୍ତି ପୂଜାର୍ଚ୍ଚନା

ଲଣ୍ଡନ,୧।୭: ବ୍ରିଟେରେ ସାଧାରଣ ନିର୍ବାଚନ ପାଇଁ ଭୋଟ ତିନି ଦିନ ପରେ ଅର୍ଥାତ୍‌ ୪ ଜୁଲାଇରେ ଅନୁଷ୍ଠିତ ହେବ । କଞ୍ଜରଭେଟିଭ ପାର୍ଟି ବର୍ତ୍ତମାନ ବ୍ରିଟେନରେ...

୩୪ ବର୍ଷ ପୂର୍ବେ ୩୬୭ ଯାତ୍ରୀ ଥିଲେ ବନ୍ଧକ, ଏବେ ହେଲା ମାମଲା ରୁଜୁ

କୁଏତ୍‌,୧ା୭: ୧୯୯୦ରେ ବ୍ରିଟିଶ ଏୟାରଓ୍ବେଜ ବିମାନର ଯାତ୍ରୀ ଏବଂ କ୍ରୁ ସଦସ୍ୟମାନେ କୁଏତରେ ବନ୍ଦୀ ହୋଇଥିଲେ। ବର୍ତ୍ତମାନ ବିମାନର ଯାତ୍ରୀମାନେ ବ୍ରିଟେନ ସରକାର ଏବଂ ବିମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri