ବିବାହ ପାର୍ଟିରେ ଗୁଳିମାଡ, ଜଣେ ମୃତ ୫ ଆହତ

ପ୍ୟାରିସ,୩୦।୬: ଉତ୍ତର-ପୂର୍ବ ଫ୍ରାନ୍ସର ଏକ ବିବାହ ଉତ୍ସବରେ ଅଜ୍ଞାତ ମାସ୍କ ବନ୍ଧୁକଧାରୀମାନେ ହଠାତ୍‌ ଗୁଳି ଚଳାଇଥିଲେ। ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ଜଣ ଆହତ ହୋଇଥିବା ଖବର ମିଳିଛି। ରବିବାର ପୋଲିସ ସୂତ୍ରରୁ ଏହି ସୂଚନା ଦିଆଯାଇଛି। ସୂତ୍ରରୁ ପ୍ରକାଶ ଯେ ଉତ୍ତର-ପୂର୍ବ ସହର ଥିଓନଭିଲରେ ହୋଇଥିବା ଏହି ଆକ୍ରମଣ ଡ୍ରଗ୍ସ ବେପାରୀଙ୍କ ମଧ୍ୟରେ ପ୍ରତିଶୋଧ ନେବା ସହ ଜଡିତ ଥିଲା।
କୁହାଯାଉଛି ଯେ ସେହି ସମୟରେ ମାସ୍କେଡ ବନ୍ଧୁକଧାରୀମାନେ ରିସେପ୍ସନ ହଲରେ ଗୁଳି ଚଳାଇଥିଲେ। ସେତେବେଳେ ହଲରେ ପ୍ରାୟ ୧୦୦ ଲୋକ ଉପସ୍ଥିତ ଥିଲେ। ଏହି ଗୁଳି ବିନିମୟରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ରହିଛି।
ପୋଲିସର ସୂଚନାନୁସାରେ, ଗୁଳି ଚଳାଇଥିବା ଅପରାଧୀମାନେ ଘଟଣାସ୍ଥଳରୁ ପଳାୟନ କରିଛନ୍ତି। ପୋଲିସ ସୂତ୍ରରୁ ପ୍ରକାଶ, ଏହା ଏକ ବିବାହ ସମୟରେ ଘଟିଥିଲା। ସକାଳ ୧ଟା ୧୫ସମୟରେ ଏକ ଗୋଷ୍ଠୀ ହଲ ସମ୍ମୁଖରେ ଏମାନେ ଧୂମ୍ରପାନ କରିବାକୁ ବାହାରିଥିଲେ ଏବଂ ତା’ପରେ ତିନିଜଣ ସଶସ୍ତ୍ର ଲୋକ ଆସି ସେମାନଙ୍କ ଆଡକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ।

Share