ମହିଳାଙ୍କ ଉପରକୁ ଗୁଳିମାଡ: ଗୁରୁତର ଅବସ୍ଥାରେ ଆଇଜିଏଚ୍‌ରେ ଭର୍ତ୍ତି

ସୁନ୍ଦରଗଡ଼/ବେଦବ୍ୟାସ (ଡି.ଏନ୍‌.ଏ)/ ରାଉରକେଲା ଅଫିସ୍‌ ୧୫।୧୨ – ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ସିଂଘଟୋଲାଠାରେ ସୋମବାର ରାତି ସାଢେ ୮ଟାରେ ମହିଳାଙ୍କ ଉପରକୁ ଗୁଳିମାଡ଼ ହୋଇଛି। ପୁଅ ସହ ବାଇକ୍‌ରେ ଯାଉଥିବା ଜଣେ ମହିଳାଙ୍କ ଉପରକୁ ଅନ୍ୟ ଏକ ବାଇକ୍‌ରେ ଆସି ୩ଜଣ ଦୁର୍ବୃତ୍ତ ଗୁଳିଚାଳନା କରି ଫେରାର୍‌ ହୋଇଯାଇଥିଲେ। ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଇସ୍ପାତ ଜେନେରାଲ ହସ୍‌ପିଟାଲ (ଆଇଜିଏଚ୍‌)ରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମହିଳାଙ୍କ ଉପରକୁ ଗୁଳିଚାଳନା କରିବାର କାରଣ ଜଣାପଡିନାହିଁ। ମହିଳାଙ୍କ ନାମ ଠିକଣା ଜଣାପଡ଼ିନାହିଁ। ଘଟଣାର ତଦନ୍ତ ଚାଲିଛି ବୋଲି ବ୍ରାହ୍ମଣୀତରଙ୍ଗ ଥାନା ଆଇଆଇସି ସଂଗ୍ରାମ ବିଶ୍ୱାଳ କହିଛନ୍ତି।