କ୍ରିକେଟ ଖେଳ ବେଳେ ଗୁଳିକାଣ୍ଡ

ବିଶ୍ରା,୧୩।୬(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା ବିଶ୍ରା ମିନି ଷ୍ଟାଡିୟମରେ କ୍ରିକେଟ ଖେଳକୁ ନେଇ ସୋମବାର ଗୁଳିକାଣ୍ଡ ହୋଇଛି। ଏଥିରେ କେହି ମୃତାହତ ହୋଇନାହାନ୍ତି। ବିଶ୍ରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତନାଘନା ଚଳାଇଛି।
ସୂଚନା ଅନୁସାରେ, ସୋମବାର ସକାଳେ ବିଶ୍ରା ମିନି ଷ୍ଟାଡିୟମରେ କ୍ରିକେଟ ମ୍ୟାଚ୍‌ ହେଉଥିଲା। ଆର୍‌.ଏସ୍‌. ଇଂରାଜୀ ସ୍କୁଲ ନିକଟରେ ରହୁଥିବା ଜରେଇକେଲା ନିବାସୀ ବିକି ସିଂ ମ୍ୟାଚ୍‌ ଦେଖିବା ପାଇଁ ଯାଇଥିଲେ। ସେଠାରେ ୩ଜଣ ଯୁବକ ଓ ବିକିଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ସନ୍ଧ୍ୟାରେ ଉକ୍ତ ଯୁବକମାନେ ପୁଣି ସେଠାକୁ ଆସି ବିକିଙ୍କ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲେ। ତେବେ ଗୋଟିଏ ଗୁଳି କାନ୍ଥ ଏବଂ ଅନ୍ୟଟି ରାସ୍ତାରେ ବାଜିବାରୁ ସୌଭାଗ୍ୟବଶତଃ ବିକି ବର୍ତ୍ତିଯାଇଥିଲେ। ପରେ ଉକ୍ତ ଯୁବକମାନେ ସେଠାରୁ ଫେରାର ହୋଇଯାଇଥିଲେ। ଖବର ପାଇ ବିଶ୍ରା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିବା ସହ ପାଟ୍ରୋଲିଂକୁ କଡ଼ାକଡି କରିଛି। ଉକ୍ତ ୩ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିବା ପୋଲିସ କହିଛି।

Share