ଖୁବ୍‌ଶୀଘ୍ର ଆରମ୍ଭ ହେବ ଦବଙ୍ଗ- ୪ର ଶୁଟିଂ,ଉତ୍ସାହରେ ଦର୍ଶକ

ବଲିଉଡ୍‌ ଭାଇଜାନ ସଲମାନ ଖାନ୍‌ଙ୍କ ଫିଲ୍ମ ଦେଖିବା ପାଇଁ ଉତ୍ସାହର ସହ ଅପେକ୍ଷା କରିଥାନ୍ତି ଦର୍ଶକ। ଆଗକୁ ମଧ୍ୟ ଭାଇଜାନଙ୍କ ଅନେକ ଫିଲ୍ମ ଆସିବାକୁ ଯାଉଛି। ଶୁଣିବାକୁ ମିଳୁଛି ଯେ,ବଜରଙ୍ଗୀ ଭାଇଜାନ -୨ ମଧ୍ୟ ଆଗକୁ ଆସିବାର ଅଛି। ହେଲେ ଏ ନେଇ କୌଣସି ଅଫିସିଆଲ ଘୋଷଣା କରାଯାଇନାହିଁ। ତେବେ ଏହାରି ମଧ୍ୟରେ ଏକ ଖବର ସାମ୍ନାକୁ ଆସିଛି କି ଦବଙ୍ଗ- ୪ର ଶୁଟିଂ ଖୁବ୍‌ ଶୀଘ୍ର ଆରମ୍ଭ ହେବ। ଦବଙ୍ଗ ପାର୍ଟ-୧ରେ ଦର୍ଶକଙ୍କୁ ଭରପୂର ଏଣ୍ଟରଟେନମେଣ୍ଟ କରାଇଥିଲେ ସଲମାନ। କାହାଣୀ ସାଙ୍ଗକୁ ଫିଲ୍ମଟିର ମ୍ୟୁଜିକ ଦର୍ଶକଙ୍କ ମନକୁ ବେଶ ଛୁଇଁଥିଲା। ଆକ୍ସନ ସାଙ୍ଗକୁ କମେଡି ଦର୍ଶକଙ୍କୁ ବହୁତ ଭଲ ଲାଗିଥିଲା। ଆଉ ଏବେ ଦବଙ୍ଗ ୪ ପାଇଁ ପୁରା ପ୍ରସ୍ତୁତ ଅଛନ୍ତି ସଲମାନ। ତିଗ୍ମାଂସୁ ଧୁଲିଆ ଫିଲ୍ମକୁ ନିର୍ଦ୍ଦେଶନା ଭାର ତୁଲାଇବେ। ତେବେ ଦର୍ଶକ ସଲମାନଙ୍କୁ ପୁଣିଥରେ ଚୁଲ୍‌ବୁଲ୍‌ ପାଣ୍ଡେ ରୂପରେ ଦେଖିବାକୁ ବହୁତ ଉତ୍ସାହିତ ଅଛନ୍ତି।

Share