ଆମେରିକାରେ ଗୁଳିକାଣ୍ଡ: ୯ ମୃତ

ଓ୍ବାଶିଂଟନ,୨୨ା୧: ଆମେରିକାର ଲସ୍‌ ଆଞ୍ଜେଲସ୍‌ରେ ଆଖିବୁଜା ଗୁଳି ବିନିମୟ ହୋଇଛି। ଏହି ଗୁଳି ବିନିମୟରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଲସ୍‌ ଆଞ୍ଜେଲ୍‌ସର ପୂର୍ବ ମୋଣ୍ଟେରୀ ପାର୍କରେ ଚାଇନାର ନୂଆବର୍ଷ ପାଳନ ପରେ ଏହି ଗୁଳି ବିନିମୟ ହୋଇଥିବା ପୋଲିସ କହିଛି। ଏଥିରେ ୯ ଜଣଙ୍କର ମୃତ୍ୟୁ ଘଟିଛି। ଲସ୍‌ ଆଞ୍ଜେଲସ୍‌ଠାରୁ ୧୬ କିଲୋମିଟର ଦୂରରେ ଏହା ଘଟିଛି। ଜଣେ ବ୍ୟକ୍ତି ଗୁଳି ମାରିଛନ୍ତି।

ଗୁଳି ବିନିମୟ ସ୍ଥଳ ନିକଟରେ ଥିବା ଏକ ରେଷ୍ଟୁରାଣ୍ଟର ମାଲିକ ସେଙ୍ଗ ଓ୍ବନ୍‌ ଚୋଇ କହିଛନ୍ତି, ତିନିଜଣ ବ୍ୟକ୍ତି ତାଙ୍କ ରେଷ୍ଟୁରାଣ୍ଟରେ ପ୍ରବେଶ କରି ତାଙ୍କୁ କବାଟ ବନ୍ଦ କରିବାକୁ କହିଥିଲେ। ଏହି ସମୟରେ ଲୋକମାନେ ସେଙ୍ଗ ଓ୍ବନ ଚୋଇଙ୍କୁ କହିଥିଲେ ଯେ, ମେଶିନ ବନ୍ଧୁକ ଧରି ଜଣେ ସୁଟର ଅନେକ ରାଉଣ୍ଡ ଗୁଳି ଚଳାଇଥିଲେ। ରିପୋର୍ଟ ଅନୁଯାୟୀ, ସ୍ଥାନୀୟ ସମୟ ରାତି ୧୦ଟାରେ ଏହି ଗୁଳି ବିନିମୟ ହୋଇଥିଲା। ଏଥିରେ ଅନେକ ଆହତ ହୋଇଛନ୍ତି। ସମସ୍ତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Share