ଆମେରିକା ଦୂତବାସ ସମ୍ମୁଖରେ ଗୁଳିକାଣ୍ଡ, ୨ମୃତ୍ୟୁ

ରିୟାଦ,୨୯।୬:ସାଉଦି ଆରବର ଜେଡ୍ଡାସ୍ଥିତ ଆମେରିକାର ଦୂତବାସ ସମ୍ମୁଖରେ ଗୁଳିକାଣ୍ଡ ଘଟିଛି। ଗୁଳି ବିନିମୟରେ ଉଭୟ ସୁରକ୍ଷାକର୍ମୀ ଏବଂ ବନ୍ଧୁକଧାରୀଙ୍କ ମୃତ୍ୟୁ ଘଟିଛି।
ପୋଲିସ କହିଛିି ଯେ, ବନ୍ଧୁକଧାରୀ ଦୂତବାସ ବିଲଡିଂ ସମ୍ମୁଖରେ ଏକ କାର୍‌ରୁ ବାହାରି ଗୁଳି ଚଳାଇଥିଲେ। ସେଠାରେ ଉପସ୍ଥିତ ଥିବା ସୁରକ୍ଷା ବାହିନୀ ବନ୍ଧୁକଧାରୀଙ୍କ ଉପରେ ମଧ୍ୟ ଗୁଳି ଚଳାଇଥିଲେ। ସୁରକ୍ଷାବାହିନୀଙ୍କ ଗୁଳିରେ ବନ୍ଧୁକଧାରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଗୁଳିକାଣ୍ଡରେ ନେପାଳର ସୁରକ୍ଷା ଅଧିକାରୀ ଆହତ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି।

Share