ରକ୍ତ ସାଜିଲା ବଇରୀ: ଦୁଇ ଭାଇଙ୍କ କଳିରୁ ଫୁଟିଲା ଗୁଳି

ଖୋର୍ଦ୍ଧା,୧୩।୧୦: ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଦୀକ୍ଷିତପଡ଼ାରେ ରବିବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ୨ ଭାଇଙ୍କ ମଧ୍ୟରେ କଳହରୁ ଗୁଳି କାଣ୍ଡ ଘଟିଛି। ସାନ ଭାଇର ଗୁଳି ମାଡ଼ରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବଡ଼ଭାଇ।

ମିଳିଥିବା ସୂଚନା ମୁତାବକ, କୌଣସି କାରଣକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ସାନ ଭାଇ ଉତ୍‌କ୍ଷିପ୍ତ ହୋଇ ଘରେ ରଖିଥିବା ଏକ ବନ୍ଧୁକ ଆଣି ବଡ଼ ଭାଇଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ହେଲେ ଗୁଳି ବଡ଼ ଭାଇଙ୍କ ଦେହରେ ନ ବାଜି ଘର କାନ୍ଥରେ ବାଜିଥିବା ଜଣାପଡିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ୨ ଭାଇଙ୍କୁ ଗିରଫ କରିଛି। ଅନ୍ୟପକ୍ଷେ ପୋଲିସ ବନ୍ଧୁକକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Share