ମେରିଲ୍ୟାଣ୍ଡରେ ଗୁଳିକାଣ୍ଡ: ୩ ମୃତ, ୭ ଆହତ…

ଓ୍ବାଶିଂଟନ,୧୨।୬ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡ ଘଟିଛି ଯେଉଁଥିରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ଜଣ ଆହତ ହୋଇଥିବା ସୂଚନା ମିଳିଛି। ଏହି ଘଟଣା ଆମେରିକାର ମେରିଲ୍ୟାଣ୍ଡର ଆନ୍ନାପଲିସ ଅଞ୍ଚଳରେ ଘଟିଛି। ଗୋଟିଏ ଘରେ ଗୁଳିକାଣ୍ଡ ହୋଇଥିଲା। ଗୁଳିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।

ଆନ୍ନାପଲିସ ଆମେରିକା ସଂସଦଠାରୁ ୩୦ ମାଇଲ ଦୂରରେ ଅବସ୍ଥିତ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏଜୱେଡ ରୋଡରେ ଥିବା ପ୍ୟାଡିଙ୍ଗଟନ ପ୍ଲେସର ୧୦୦୦ ବ୍ଲକରେ ଏହି ଘଟଣା ଘଟିଛି। ପୋଲିସ ଏହି ଘଟରାରେ ଜଣଙ୍କୁ ଗିରଫ କରିଛି।

Share