ମେକ୍ସିକୋରେ ଗୁଳିକାଣ୍ଡ: ୭ ପୁରୁଷ-୩ ମହିଳା ମୃତ, ୫ ଆହତ…

ମେଲବୋର୍ନ,୧୩।୩ : ମେକ୍ସିକୋର ଗୁଆନାଜୁଏଟୋରେ ୨ ଅଜଣା ସଶସ୍ତ୍ର ବ୍ୟକ୍ତି ଏକ ବାର ଉପରେ ଆକ୍ରମଣ କରିଛନ୍ତି। ସେମାନେ ଆଖିବଚଜା ଗୁଳି ଚାଳନା କରିଥିଲେ। ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୭ଜଣ ପୁରୁଷ ଏବଂ ତିନିଜଣ ମହିଳା ଅଛନ୍ତି ବୋଲି ସ୍ଥାନୀୟ ପୋଲିସ ଅଧିକାରୀ କହିଛନ୍ତି।

ସେ କହିଛନ୍ତି ଯେ ଦୁଇ ସଶସ୍ତ୍ର ବ୍ୟକ୍ତି ସହରକୁ ସଂଯୋଗ କରୁଥିବା ଏକ ରାଜପଥରେ ଏଲ ଏଷ୍ଟାଡିଓ ବାର ଉପରେ ଆକ୍ରମଣ କରିଥିଲେ। ସେମାନେ ଭିତରକୁ ଯାଇ ବାର୍‌ ଗ୍ରାହକ ଏବଂ କର୍ମଚାରୀଙ୍କ ଉପରେ ଗୁଳି ଚଳାଇଥିଲେ।

ସୂଚନାଯୋଗ୍ୟ,ଗୁଆନାଜୁଏଟୋ ଏକ ସମୃଦ୍ଧ ଶିଳ୍ପାଞ୍ଚଳ । ଏହା ମଧ୍ୟ ମେକ୍ସିକୋର ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ। ତେବେ ବନ୍ଧୁ ସଂସ୍କୃତି ଯୋଗୁ ଏହା ଦେଶର ରକ୍ତାକ୍ତ ରାଜ୍ୟରେ ପରିଣତ ହୋଇଛି। ଗତ ବର୍ଷ ନଭେମ୍ବରରେ ଗୁଆନାଜୁଏଟୋରୁ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସିଥିଲା। ଏକ ଗୁଳିକାଣ୍ଡ ଘଟଣାରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଥିଲେ।

Share