ଗର୍ଜନବାହାଲ କୋଇଲା ଖଣିରେ ଫୁଟିଲା ଗୁଳି: ୩ ଆହତ, ୧୦ ଅଟକ

ସୁନ୍ଦରଗଡ଼,୫ା୭(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିରି ବ୍ଲକ ସ୍ଥିତ ଗର୍ଜନବାହାଲ କୋଇଲା ଖଣି ନିକଟ ବରପାଲିରେ ଥିବା ଏକ କୋଲ ଓ୍ବାସେରୀରେ ଗୁରୁବାର ସନ୍ଧ୍ୟାରେ ଗୁଳିକାଣ୍ଡ ଘଟିଛି। ଏଥିରେ ୩ ଜଣ ଆହତ ହୋଇଥିବା ଖବର ମିଳିଛି। ଖବର ପାଇ ସୁନ୍ଦରଗଡ଼ ଏସପି ପ୍ରତ୍ୟୁଷ ଦିବାକର, ସଦର ଏସ୍‌ଡିପିଓ ହିମାଂଶୁ ଭୂଷଣ ବେହେରାଙ୍କ ସମେତ ୫ଟି ଥାନାର ଆଇଆଇସି ସେହି ଅଞ୍ଚଳକୁ ସାଇଣ୍ଟିଫିକ୍‌ ପୋଲିସ ଟିମ୍‌ ସହିତ ପହଞ୍ଚି ଛନ୍ତି।
ମିଳିଥିବା ସୂଚନାନୁସାରେ, ପାର୍ଟନରଶିପ୍‌କୁ ନେଇ ଏହି ଗୁଳିକାଣ୍ଡ ଘଟିଛି। ଘଟଣାସ୍ଥଳରେ ୨୦୦ରାଉଣ୍ଡ ଗୁଳିଚାଳନା ହୋଇଛି। ଆହତମାନଙ୍କୁ ପଡ଼ୋଶୀ ଛତିଶଗଡ଼ ରାଜ୍ୟ ରାୟଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହେଲେ ଘଟଣାସ୍ଥଳରେ ଗୋଟିଏ ମଧ୍ୟ ଖୋକା ପଡ଼ି ନ ଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି। ପୋଲିସ ତଦନ୍ତ ଆରମ୍ଭ କରିଛି।

Share