Categories: ଜାତୀୟ

କୋର୍ଟ ପରିସରରେ ଗୁଳିକାଣ୍ଡ…

ନୂଆଦିଲ୍ଲୀ,୫।୭ : ଦେଶର ରାଜଧାନୀ ଦିଲ୍ଲୀର ତିସ ହାଜାରି କୋର୍ଟ କମ୍ପ୍ଲେକ୍ସରେ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି। ଗୁଳିକାଣ୍ଡରେ କେହି ଆହତ ହୋଇନାହାଁନ୍ତି। ଓକିଲଙ୍କ ମଧ୍ୟରେ ଯୁକ୍ତିତର୍କ ପରେ ଏହି ଘଟଣା ଘଟିଥିବା ପୋଲିସ କହିଛି।

ସୂଚନା ଅନୁଯାୟୀ, ବୁଧବାର ଅପରାହ୍ନ ପ୍ରାୟ ୧ଟା ୩୦ ସମୟରେ ଗୁଳିକାଣ୍ଡ ହୋଇଥଲା। ଯେତେବେଳେ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲା, ଓକିଲମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହା ପରେ ଦୁଇଟି ଭିନ୍ନ ଗୋଷ୍ଠୀ ଫାଙ୍କା ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ କାହାରି କିଛି କ୍ଷତି ହୋଇନାହିଁ। ପରିସ୍ଥିତି ସ୍ବାଭାବିକ ରହିଥିବା ପୋଲିସ କହିଛି।

ଏହାପୂର୍ବରୁ ଦିଲ୍ଲୀ କୋର୍ଟରେ ଗୁଳିକାଣ୍ଡ ଘଟଣା ମଧ୍ୟ ଘଟିଥିଲା। ଏପ୍ରିଲ ମାସରେ ମଧ୍ୟ ସାକେତ କୋର୍ଟରେ କଡା ସୁରକ୍ଷା ସତ୍ତ୍ୱେ ଜଣେ ପୁରୁଷ ଜଣେ ମହିଳାଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହା ପରେ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଥିଲା।

Share