ପାର୍କରେ ଗୁଳି: ୨ ମୃତ, ୫ ଆହତ

ଲସ୍‌ ଆଞ୍ଜେଲ୍‌ସ,୨୫ା୭: ଯୁକ୍ତରାଷ୍ଟ୍ରରେ ରବିବାର ସନ୍ଧ୍ୟାରେ ଏକ ପାର୍କରେ ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଏକ ରିପୋର୍ଟ ଅନୁଯାୟୀ, ସାନ୍‌ପେଡ୍ରୋରେ ଥିବା ଏକ ପାର୍କ ଭିତରେ ଏହି ଗୁଳିକାଣ୍ଡ ହୋଇଥିଲା।

ପାର୍କରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଏକ ଖବରଦାତା ସମ୍ମିଳନୀରେ ଲସ୍‌ ଆଞ୍ଜେଲସ ପୋଲିସ ବିଭାଗର କ୍ୟାପଟେନ କେଲି ମୁନିଜ ଏହା କହିଛନ୍ତି। ସେ କହିଛନ୍ତି, ଏହି ଗୁଳିକାଣ୍ଡରେ ଏକାଧିକ ବ୍ୟକ୍ତି ସମ୍ପୃକ୍ତ ଥାଇପାରନ୍ତି। ଏନେଇ ତଦନ୍ତ ଜାରି ରହିଛି।

Share