ଆମେରିକା ରାସ୍ତାରେ ଫୁଟିଲା ଗୁଳି, ୩ ମୃତ ୨ ଆହତ

ଓ୍ବାଶିଂଟନ,୬।୮: ଅଗଷ୍ଟ ୫ ଶନିବାର ରାତିରେ ଆମେରିକାର ରାଜଧାନୀ ୱାଶିଂଟନର ଏକ ରାସ୍ତାରେ ଭୟଙ୍କର ଗୁଳି ବିନିମୟ ହୋଇଥିଲା। ଏହି ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଏହି ସମୟରେ ଅନ୍ୟ ଦୁଇଜଣ ଆହତ ହୋଇଥିଲେ। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଏ ସମ୍ପର୍କରେ ସୂଚନା ଦେଇଛି।

ଅଧିକାରୀମାନେ କହିଛନ୍ତି ଯେ ପାଖାପାଖି ରାତି ୮ଟା ସମୟରେ ଗୁଡ ହୋପ ରୋଡ ଦକ୍ଷିଣ ପୂର୍ବର ୧୬୦୦ ବ୍ଲକରେ ଗୁଳି ବିନିମୟ ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳେକୁ ୫ଜଣଙ୍‌କୁ ଗୁଳି ବାଜିଥିବା ଦେଖିଥିଲା।
ମହାନଗର ନିଗମର କାର୍ଯ୍ୟନିର୍ବାହୀ ମୁଖ୍ୟ ପାମେଲା ସ୍ମିଥ ଘଟଣାସ୍ଥଳରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଦୁଇ ପୁରୁଷ ଓ ଜଣେ ମହିଳାଙ୍କୁ ଘଟଣାସ୍ଥଳରେ ମୃତ ଘୋଷଣା କରାଯାଇଥିଲା ଏବଂ ଦୁଇ ଜଣଙ୍କୁ ୱାଶିଂଟନ, ଡି.ସି.ର ଆଞ୍ଚଳିକ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ଡାକ୍ତରଖାନାରେ ପୀଡିତଙ୍କ ଅବସ୍ଥା ତୁରନ୍ତ ଜଣା ପଡି ନାହିଁ ବୋଲି ସେ କହିଛନ୍ତି।

Share