Categories: ଖେଳ

ଶୁଟିଂ: ଖୋର୍ଦ୍ଧା ଦଳଗତ ଚାମ୍ପିୟନ

ଭୁବନେଶ୍ୱର, ୨୪ା୭(ବିଜୟ ରଣା): ରାଜ୍ୟ ଶୁଟିଂ ପ୍ରତିଯୋଗିତାର ଦ୍ୱାଦଶ ସଂସ୍କରଣ ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ ପରିସରରେ ଉଦ୍‌ଯାପିତ ହୋଇଯାଇଛି। ଓଡ଼ିଶା ରାଇଫଲ ସଂଘ ତରଫରୁ ଗତ ୨୦ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଉଭୟ କଳିଙ୍ଗ ଷ୍ଟାଡିୟମ ଓ ଉତ୍କଳ କରାଟେ ସ୍କୁଲରେ ହୋଇଥିଲା। ଏଥିରେ ଖୋର୍ଦ୍ଧା ଜିଲା ସର୍ବାଧିକ ୧୧ ସ୍ବର୍ଣ୍ଣ ପଦକ ହାସଲ କରି ପ୍ରଥମ ସ୍ଥାନ ଅଧିକାର କରିଥିଲା। ଅନୁଗୋଳ ୪ ସ୍ବର୍ଣ୍ଣ ସହ ଦ୍ୱିତୀୟ ଏବଂ କଟକ ଦୁଇ ସ୍ବର୍ଣ୍ଣ ସହ ତୃତୀୟ ସ୍ଥାନରେ ରହିଥିଲା। ଉଦ୍‌ଯାପନୀ ଉତ୍ସବରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦୁର୍ଗାଶିଷ ସାମନ୍ତରାୟ, ଆଶିଷ ନାୟକ, ବଳଭଦ୍ର ଦାସ, ଗୌରୀ ମହାନ୍ତି, ରୋମିଓକାନ୍ତ ନନ୍ଦ, ଚିତ୍ତରଞ୍ଜନ ସ୍ବାଇଁ, ରାକେଶ ମହାନ୍ତି, ସୋନୁ ପଣ୍ଡା, ଅରବିନ୍ଦ ସାହୁ ଏବଂ ସଂଘର ସମ୍ପାଦକ ଡ. ହରିପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Share