ଜାତୀୟ ରାଜପଥରେ ଗୁଳିକାଣ୍ଡ: ଦୁର୍ବୃତ୍ତ ଲୁଟିନେଲେ ୬ ଲକ୍ଷ ୨୦ ହଜାର

ବାଲେଶ୍ୱର ଅଫିସ,୨୮ା୧୨: ବାଲେଶ୍ବର ଜାତୀୟ ରାଜପଥ ବଣପାରିଆ ଷ୍ଟେଟ୍‌ ବ୍ୟାଙ୍କ ନିକଟରେ ସୋମବାର ଗୁଳିମାଡ଼ ହୋଇଛି। ଏଥିରେ ଜେସିବି କମ୍ପାନୀର ଆକାଉଣ୍ଟାଣ୍ଟ ଗୁରୁତର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ତେବେ ଏଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ତାଙ୍କ ସିକ୍ୟୁରିଟି ଗାର୍ଡ। ଆଜି ପୂର୍ବାହ୍ନରେ ନିକଟସ୍ଥ ଏକ ଜେସିବି କମ୍ପାନୀର ଆକାଉଣ୍ଟାଣ୍ଟ ଅଶୋକ କୁମାର ଜେନା ଏବଂ ସିକ୍ୟୁରିଟିଗାର୍ଡ ମନୋଜ ଗାଆଣ ଅଫିସରୁ ୬ ଲକ୍ଷ ୨୦ ହଜାର ଟଙ୍କା ବ୍ୟାଗ୍‌ରେ ଧରି ଅଳ୍ପ ଦୂରରେ ଥିବା ଷ୍ଟେଟ୍‌ବ୍ୟାଙ୍କକୁ ଯାଉଥିବା ବେଳେ ଏକ କଳା ରଙ୍ଗର ବାଇକ୍‌ରେ ଆସିି ଦୁଇ ଯୁବକ ତାଙ୍କୁ ଅଟକାଇ ଟଙ୍କା ବ୍ୟାଗ୍‌ ମାଗିଥିଲେ। ଅଶୋକ ନ ଦେବାରୁ ବନ୍ଧୁକ ଖୋଲି ପ୍ରଥମ ଏକ ରାଉଣ୍ଡ ତାଙ୍କ ଗୁଳି ଉପରକୁ ମାରିଥିଲେ। ପରେ ଦୁର୍ବୃତ୍ତ ଜଣକ ଅଶୋକଙ୍କ ଡାହାଣ ଗୋଡ଼କୁ ଆଉ ଏକ ରାଉଣ୍ଡ ମାରି ଟଙ୍କା ବ୍ୟାଗ ଛଡ଼ାଇ ନେଇ ପଳାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଦୁଇଟି ଗୁଳିର ଖୋକାକୁ ଜବତ କରିଛି। ଘଟଣାସ୍ଥଳରେ ବାଲେଶ୍ୱର ସଦର ଏସ୍‌ଡିପିଓଙ୍କ ସମେତ ଖନ୍ତାପଡ଼ା ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା କାର୍ଡ ଖେଳିପାରେ ଭାଜପା

ଯାଜପୁର,୧୩ା୧(ହର୍ଷବର୍ଦ୍ଧନ ବେହେରା): ରାଜ୍ୟରେ ଗତ ସାଧାରଣ ନିର୍ବାଚନରେ ଭାଜପା ବିଜୟୀ ହେବା ପଛରେ ଦଳର ସାଙ୍ଗଠନିକ ବଳ ଅପେକ୍ଷା ବିଜେଡି ନେତାଙ୍କ ଅହଙ୍କାର ଓ ବିଭିନ୍ନ...

ଶିମିଳିପାଳ ସୁରକ୍ଷାରେ ଥିବା ପୋଷା ହାତୀ ମହିନ୍ଦ୍ରାର ମୃତ୍ୟୁ,ଏହାର ପରାକ୍ରମ ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ବାରିପଦା,୧୩ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟ ସୁରକ୍ଷାରେ ନିୟୋଜିତ ଥିବା ପୋଷା ହାତୀ ମହିନ୍ଦ୍ରାର ମୃତ୍ୟୁ ଘଟିଛି। ରବିବାର ରାତି ସାଢ଼େ ୯ଟାରେ ମୃତ୍ୟୁ ହୋଇଥିବା...

ଆହାର ମେଣ୍ଟାଉଛି ମୂଷାଗାତ ଧାନ

ମହାକାଳପଡ଼ା, ୧୩ା୧ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଜନଜାତିମାନଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମାଳମାଳ ଯୋଜନା କରାଯାଇଛି। ହେଲେ ଏହି ଯୋଜନା...

କୃଷି ବିଭାଗକୁ ଫେରିଲା ସୁକିନ୍ଦା ବିହନ ଫାର୍ମ

ଯାଜପୁର,୧୩ା୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ସୁକିନ୍ଦା ବିହନ ଫାର୍ମ ହସ୍ତାନ୍ତର ଚୁକ୍ତିକୁ ରାଜ୍ୟ କୃଷି ବିଭାଗ ବାତିଲ କରିଛି। ଏହାପରେ ଏହି ଫାର୍ମ କୃଷି ବିଭାଗ...

ସମୂହ ପ୍ରାର୍ଥନା କଲେ୧୭ ଦେଶର ସନ୍ନ୍ୟାସୀ

ଚଣ୍ଡିଖୋଲ,୧୩ା୧(ପ୍ରଦୀପ୍ତ କୁମାର ପୃଷ୍ଟି): ହୀରକ ତ୍ରିଭୁଜ ଅନ୍ତର୍ଗତ ଯାଜପୁର ଜିଲାର ବିଶ୍ୱପ୍ରସିଦ୍ଧ ବୌଦ୍ଧ ପୀଠ ଉଦୟଗିରିରେ ରବିବାରଠାରୁ ଆରମ୍ଭ ହୋଇଛି ୫ ଦିନିଆ ଅନ୍ତର୍ଜାତୀୟ ବୌଦ୍ଧ...

ହାତୀ ପିଠିରେ ବସି କଂସ ଦରବାରକୁ ଆସିଲେ ମୁଖ୍ୟମନ୍ତ୍ରୀ

ମଥୁରାନଗରୀ,୧୨।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବରେ ରବିବାର ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ବରଗଡ଼ରେ ପହଞ୍ଚିବା ପରେ...

ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ: ଯୌତୁକ ପାଇଁ ହତ୍ୟା ଅଭିଯୋଗ ଆଣିଲେ ବାପା

ଦିଗପହଣ୍ଡି,୧୨ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା କଲରାପଦର ଗ୍ରାମର ଜଣେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ସେ ହେଲେ ରାଜେନ୍ଦ୍ର ସ୍ବାଇଁଙ୍କ ସ୍ତ୍ରୀ...

ବରଗଡ଼ ଧନୁଯାତ୍ରା ଓଡ଼ିଆ ଅସ୍ମିତାର ବଳିଷ୍ଠ ପରିଚୟ: ମୁଖ୍ୟମନ୍ତ୍ରୀ

ମଥୁରାନଗରୀ,୧୨।୧(ପ୍ରେମାନନ୍ଦ ଖମାରୀ): ମଥୁରାନଗରୀ ବରଗଡ଼ର ମାଟି ଐତିହ୍ୟ ସମ୍ପନ୍ନ। ଏଠାକାର କଳା, ସାହିତ୍ୟ, ସଂସ୍କୃତି ରାଜ୍ୟକୁ ଗୌରବାନ୍ବିତ କରିଛି। ଏ ମାଟିର ଲୋକନାଟକ ଧନୁଯାତ୍ରା ସମଗ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri