ଇସ୍ରାଏଲ ଦୂତାବାସ ବାହାରେ ଆଖିବୁଜା ଗୁଳିଚାଳନା, ଦେଖନ୍ତୁ ଭିଡିଓ

ଜେରୁଜେଲମ,୫।୯: ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହାରି ଭିତରେ ଜର୍ମାନୀ ସ୍ଥିତ ଇସ୍ରାଏଲ ଦୂତାବାସ ବାହାରେ ଆଖିବୁଜା ଗୁଳିଚାଳନା ହୋଇଛି। ମ୍ୟୁନିଚ ସହରରେ ଅବସ୍ଥିତ ଦୂତାବାସ ବାହାରେ ଜଣେ ସୁଟର ଆଖିବୁଜା ଗୁଳି ଚଳାଇଥିଲା। ଯେଉଁଥିପାଇଁ ସେଠରେ ଉତ୍ତେଜନା ଦେଖାଦେଇଥିଲା। ଗୁଳିର ଶବ୍ଦ ଶୁଣିବା ମାତ୍ରେ ଲୋକେ ଏଣେତେଣେ ଦୌଡିବାକୁ ଲାଗିଥିଲେ। ଖବର ପାଇ ପୋଲିସ ଫୋର୍ସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା।
ପୋଲିସ କହିଛି ଯେ ଅଧିକାରୀମାନେ ଜଣେ ସନ୍ଦିଗ୍ଧଙ୍କ ଉପରକୁ ଗୁଳି ଚଳାଇ ଥିଲେ ଓ ସେହି ବ୍ରକ୍ତି ଜଣଙ୍କ ଆହତ ହୋଇଥିଲେ। ଏହି ଅଞ୍ଚଳକୁ କର୍ଡନ କରାଯାଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ମ୍ୟୁନିକ ପୋଲିସ କହିଛି ଆମର ଜରୁରୀକାଳୀନ କର୍ମଚାରୀ ଅଛନ୍ତି। ଆମେ ଆପଣଙ୍କୁ ଅନୁରୋଧ କରୁଛୁ ଯଥାସମ୍ଭବ ଏହି ସ୍ଥାନରୁ ଦୂରେଇ ରୁହନ୍ତୁ। ହେଲିକପ୍ଟରରୁ ଏହି ଅପରେସନ ଉପରେ ମଧ୍ୟ ନଜର ରଖାଯାଉଛି।

ମ୍ୟୁନିକରେ ଥିବା ଇସ୍ରାଏଲ କନସୁଲେଟ ନିକଟରେ ଗୁଳି ବିନିମୟ ହୋଇଥିବା ଗୁରୁବାର ଇସ୍ରାଏଲ ଗଣମାଧ୍ୟମ ରିପୋର୍ଟ କରିଛି। ଇସ୍ରାଏଲ କନସୁଲେଟ ନିକଟରେ ବାରମ୍ବାର ଗୁଳି ବିନିମୟ ହୋଇଥଲା।
ବୈଦଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ କନସୁଲେଟର କୌଣସି କର୍ମଚାରୀ ଆହତ ହୋଇନାହାଁନ୍ତି। ଆକ୍ରମଣକାରୀମାନେ ସୁରକ୍ଷା ବାହିନୀକୁ କାବୁ କରିଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଉଛି। ଇସ୍ରାଏଲ ଗଣମାଧ୍ୟମ ରିପୋର୍ଟ କରିଛି ଯେ ୫୨ ବର୍ଷ ପୂର୍ବେ ମ୍ୟୁନିଚରେ ଏକ ଆକ୍ରମଣ ହୋଇଥିଲା। ପାଲେଷ୍ଟାଇନ ଆତଙ୍କବାଦୀମାନେ ଇସ୍ରାଏଲର ଅଲିମ୍ପିକ ଖେଳାଳିଙ୍କୁ ହତ୍ୟା କରିଥିଲେ। ଏହି ଘଟଣାକୁ ସ୍ମରଣ କରି ଗୁରୁବାର କନସୁଲେଟ ବନ୍ଦ ରହିଥିଲା। ସୂଚନାଯୋଗ୍ୟ, ଏହି ମାମଲାରେ ମ୍ୟୁନିଚ ପୋଲିସ କହିଛି ଯେ ଏହି ଅପରେସନରେ ଅନ୍ୟ କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କ ସମ୍ପୃକ୍ତି ହେବାର କୌଣସି ସୂଚନା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ପ୍ଲାନିଂ କରି ହେଜ୍‌ବୋଲ୍ଲାକୁ ଫସାଇଲା ମୁସାଦ: ସିରିଜ୍ ବିସ୍ଫୋରଣ ପଛରେ ଇସ୍ରାଏଲୀ ଶେଲ୍‌ କମ୍ପାନୀ

ଜେରୁଜେଲମ୍‌,୧୯ା୯: ଲଗାତାର ଦୁଇ ଦିନ ସିରିଏଲ ବିସ୍ଫୋରଣ ଦ୍ୱାରା ଲେବାନନ୍ କମ୍ପିତ ହୋଇ ଉଠିଛି। ସବୁଆଡେ ପ୍ରାଣବିକଳାରେ ଲୋକଙ୍କ ଚିତ୍କାର ଶୁଭୁଥିଲା। ପ୍ରଥମ ଦିନରେ ପେଜର୍...

ବାଂଲାଦେଶ ହିଂସାରେ ସଂଖ୍ୟାଲଘୁଙ୍କ ମୃତ୍ୟୁକୁ ନେଇ ଆସିଲା ଚମକାଇବା ଭଳି ତଥ୍ୟ

ଢାକା,୧୯।୯: ବାଂଲାଦେଶ ହିଂସାରେ କେତେ ସଂଖ୍ୟାଲଘୁ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ କେତେଜଣ ଆହତ ହୋଇଛନ୍ତି ସେନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସମ୍ନୋକୁ ଆସିଛି। ଗୁରୁବାର...

ଇସ୍ରାଏଲ ଚିର ଶତ୍ରୁ ହିଜବୁଲ୍ଲା: ଅନେକ ମୁସଲମାନ ଦେଶକୁ ପାଣି ପିଆଇସାରିଛି, ଜାଣନ୍ତୁ ହିଜବୁଲାର ପୁରା କାହାଣୀ

ନୂଆଦିଲ୍ଲୀ,୧୯।୯: ଗାଜାରେ ଇସ୍ରାଏଲ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ବର୍ଷେ ପୂରିବାକୁ ବସିଥିବା ବେଳେ ଏହି ଯୁଦ୍ଧ ଏବେ ଇସ୍ରାଏଲ ଏବଂ ହମାସରୁ ଯାଇ ହିଜବୁଲ୍ଲା...

ଚାଞ୍ଚଲ୍ୟକର ଖୁଲାସା କଲେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ: ୩୭୦କୁ ନେଇ ପାକିସ୍ତାନ ସହ ଅଛି ନ୍ୟାଶନାଲ କନଫରେନ୍ସ-କଂଗ୍ରେସ ମେଣ୍ଟ

ଇସଲାମାବାଦ୍‌,୧୯।୯: ଜମ୍ମୁ କଶ୍ମୀରରେ ଚାଲିଥିବା ବିଧାନସଭା ନିର୍ବାଚନ ଉପରେ ପାକିସ୍ତାନ ନଜର ରଖିଛି। ଧାରା ୩୭୦ ଏବଂ ୩୫ଏ ପୁଣି ଥରେ କଶ୍ମୀରରେ ପୁନଃକାର୍ଯ୍ୟକାରୀ ହେବ...

ଭାରତ ନାଁରେ ଗମ୍ଭୀର ଅଭିଯୋଗ ଆଣିଲେ କାନାଡା ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ/ଓଟଓ୍ବା,୧୯।୯: ଭାରତ ଏବଂ କାନାଡା ମଧ୍ୟରେ ପୁଣି ଥରେ ଉତ୍ତେଜନା ବଢୁଥିବା ଜଣାପଡିଛି। କାନାଡିଆନ ସିକ୍ୟୁରିଟି ଇଣ୍ଟେଲିଜେନ୍ସ ସର୍ଭିସ (ସିଏସ୍‌ଆଇଏସ୍‌) କହିଛି, ଚାଇନା ଏବଂ ଭାରତ...

ଭୟଙ୍କର ସ୍ଥିତି ଆଡକୁ ଯାଉଛି ବାଂଲାଦେଶ: ସେନା ହାତକୁ ଗଲା ମାଜିଷ୍ଟ୍ରେଟ କ୍ଷମତା

ଢାକା,୧୯।୯:ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଅରାଜକତାକୁ ରୋକିବାରେ ଅସଫଳ ପ୍ରମାଣ ହୋଇଛନ୍ତି। ଫଳରେ ଦେଶରେ ପୁଣି ଥରେ ସାମରିକ ଶାସନର ଆହ୍ବାନ ବଢୁଛି।...

ଅଣ୍ଡର ଓ୍ବେୟାରକୁ ନେଇ ଏମିତି ଗାଇଡ ଲାଇନ ଜାରି କଳା ଏୟାର ଲାଇନ, ସାରା ବିଶ୍ୱରେ ହେଉଛି ଚର୍ଚ୍ଚା

ଓ୍ବାଶିଂଟନ, ୧୮।୯: ଆମେରିକାର ଡେଲଟା ଏୟାରଲାଇନ୍ସ ଅନ୍ତବସ୍ତ୍ର ବା ଅଣ୍ଡର ଓ୍ବେୟାରକୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛି। ଏହି ଦୁଇ ପୃଷ୍ଠାର ଗାଇଡଲାଇନ ବାହାରିବା...

ମାଲାମାଲ ହେଲା ବାଂଲାଦେଶ, ଆମେରିକା ପରେ ଏବେ…

ଢାକା,୧୮।୯: ଚଳିତ ଆର୍ଥିକ ବର୍ଷରେ ବାଂଲାଦେଶକୁ ଅତିରିକ୍ତ ୨ ବିଲିୟନ ଆମେରିକୀୟ ଡଲାର ପ୍ରଦାନ କରିବ ବୋଲି ବଶ୍ୱବ୍ୟାଙ୍କ ମଙ୍ଗଳବାର ଘୋଷଣା କରିଛି। ଗୁରୁତ୍ୱପୂର୍ଣ୍ଣ ସୁଧାର,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri