ପାରୋଲରେ ଆସିଥିବା କଏଦୀଙ୍କୁ ଗୁଳି

ପରଜଙ୍ଗ, ୭ା୭(ଡି.ଏନ୍‌.ଏ.): ଏକ ହତ୍ୟା ଅଭିଯୋଗରେ ୧୦ବର୍ଷ ଜେଲ୍‌ରେ ସଜାକାଟି ପାରୋଲରେ ଆସିଥିବା ଜଣେ କଏଦୀଙ୍କୁ ହତ୍ୟା ଉଦ୍ୟମ କରାଯାଇଛି। ୪ଜଣ ବ୍ୟକ୍ତି ତାଙ୍କୁ ଘେରିଯାଇ ଆଖିବୁଜା ଗୁଳିଚାଳନା କରିଛନ୍ତି। କଏଦୀଙ୍କ ଶରୀରରେ ୩ଟି ଗୁଳି ବାଜିଛି। ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବାମ୍‌ ପଞ୍ଚାୟତ ଅନ୍ତର୍ଗତ ଚାଉଳିଆଝରଣ ଗ୍ରାମରେ ବୁଧବାର ଏଭଳି ଲୋମଟାଙ୍କୁରା ଘଟଣା ଘଟିଥିବାବେଳେ ଗୁରୁତର କଏଦୀ ତଥା ବାଉଁଶମୁଣ୍ଡା ଗ୍ରାମର ଅର୍ଜୁନ ସୋରେନ୍‌ଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ପୋଲିସ ସୂଚନା ଅନୁଯାୟୀ, ପରକୀୟା ପ୍ରୀତିକୁ ନେଇ ୨୦୧୧ ଅଗଷ୍ଟ ୧୫ରେ ଚାଉଳିଆଝରଣ ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ଅର୍ଜୁନଙ୍କୁ ଜେଲଦଣ୍ଡ ହୋଇଥିଲା। ସେ ଦୀର୍ଘ ୧୦ବର୍ଷ ହେଲା ଜିଲା କାରାଗାରରେ ସଜା କାଟୁଥିଲେ। ତେବେ କରୋନା ସଂକ୍ରମଣ ବଢ଼ିବାପରେ ଗତବର୍ଷ ଜୁନ୍‌ ୫ରେ ତାଙ୍କୁ ପାରୋଲରେ ଛଡ଼ାଯାଇଥିଲା। ସେବେଠାରୁ ସେ ଘରେ ଥିଲେ। ବୁଧବାର ଅର୍ଜୁନ କଙ୍କଡ଼ାହାଡ଼ ବ୍ଲକର ଝିଲ୍ଲି ଗ୍ରାମ ସାପ୍ତାହିକ ହାଟରୁ ସଉଦା ନେଇ ଘରକୁ ଫେରୁଥିବାବେଳେ ଚାଉଳିଆଝରଣ ଗ୍ରାମ ନିକଟରେ ୪ଜଣ ବ୍ୟକ୍ତି ତାଙ୍କୁ ଘେରିଯାଇ ଗୁଳିମାଡ଼ କରିଥିଲେ। ଅର୍ଜୁନଙ୍କ ପିଠି, ଅଣ୍ଟା ଏବଂ ହାତରେ ଗୁଳି ବାଜିଛି। ଘଟଣାସ୍ଥଳରେ ଛଟପଟ ହେଉଥିବାବେଳେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ସେଠାକାର କେତେଜଣ ଲୋକଙ୍କ ସହାୟତାରେ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ପ୍ରଥମେ କାମାକ୍ଷାନଗର ଏବଂ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଅର୍ଜୁନଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଏ ସଂକ୍ରାନ୍ତରେ ଥାନାରେ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ପକ୍ଷରୁ ଚଢ଼ାଉ ଜାରି ରହିଥିବା ଏସ୍‌ଡିପିଓ ରଞ୍ଜନ କୁମାର ଦେଓ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ କର୍ମଚାରୀଙ୍କ ବେପରୁଆ ଗାଡ଼ିଚାଳନା, ଘର ଭିତରେ ପଶାଇଦେଲେ ଗାଡ଼ି, କାବୁ କଲେ ଲୋକେ

ଢେଙ୍କାନାଳ, ୨୮।୩(ରତନ ନାୟାର): କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ବେପରୁଆ ଗାଡି ଚାଳନା। ନିଶାଶକ୍ତ ଅବସ୍ଥାରେ ବେପରୁଆ କାର ଚଳାଇ ଏକ ଜଳଖିଆ ଠେଲାକୁ ଧକ୍କା ଦେଇ...

ବାପା ଲଗାଇଲେ ନିଆଁ, ୧୧ମାସର ଝିଅ ଜୀବନ୍ତ ଦଗ୍ଧ

ଢେଙ୍କାନାଳ,୨୫।୩(ରତନ ନାୟାର): ଜିଲା ବାଲିମୀ ଥାନା ବାରସିଙ୍ଗା ଗ୍ରାମ ମୁଣ୍ଡାସାହିରେ ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ସାଢେ ୧୨ଟା ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି...

ହସ୍ପିଟାଲରୁ ଚମ୍ପଟ ମାରିଲେ କଏଦୀ

ଢେଙ୍କାନାଳ,୨୫।୩: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ମଙ୍ଗଳବାର ଚିକିତ୍ସା ପାଇଁ ଆସିଥିବା ଜଣେ ବିଚାରାଧୀନ କଏଦୀ ଚମ୍ପଟ ମାରିଛନ୍ତି। ମିଳିଥିବା ସୂଚନା ମୁତାବକ, ଚିକିତ୍ସା ପାଇଁ...

ଶାଳକାଠ ବୋଝେଇ ପିକ୍‌ଅପ୍‌ ଜବତ, ବନବିଭାଗକୁ ଦେଖି ଦୌଡ଼ିଲେ ମାଫିଆ

ଭୁବନ,୨୨ା୩(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବନ ବିଭାଗ ପକ୍ଷରୁ ଏକ ବେଆଇନ ଶାଳ କାଠ ସହିତ ପିକ୍‌ଅପ୍‌ ଗାଡ଼ି ଜବତ କରାଯାଇଛି। ପିକ୍‌ଅପ୍‌...

୩୦ ଲକ୍ଷ ଟଙ୍କା ହଡ଼ପ କରି ବନ୍ଧା ହେଲେ ସରପଞ୍ଚ

ପରଜଙ୍ଗ,୨୧ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କଙ୍କିଳି ପଞ୍ଚାୟତର ସରପଞ୍ଚ ମକର ଚାନ୍ଦ ସାହୁ ପଞ୍ଚାୟତର ସିଏଫ୍‌ସି ଫଣ୍ଡ୍‌ ଟଙ୍କା ହଡ଼ପ ଅଭିଯୋଗରେ ବାନ୍ଧିଛି...

୫ ଦିନ ଅନ୍ଧାରରେ ୩ ଗାଁ, ପ୍ରତିବାଦରେ ରାସ୍ତାରେ ବସିଲେ ଗ୍ରାମବାସୀ

ପରଜଙ୍ଗ,୨୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବଡ଼କମର-ପଙ୍ଗାତିରା ପୂର୍ତ୍ତ ବିଭାଗ ରାସ୍ତାର ଜାମୁନାଳି ଗାଁ ନିକଟରେ ବିଦ୍ୟୁତ୍‌ ସମସ୍ୟାକୁ ନେଇ ଗୁରୁବାର ସକାଳୁ ରାସ୍ତାରୋକୋ...

ଢେଙ୍କାନାଳରେ ହୋଲି ଖେଳିଲେ ଯୋଗାଣ ମନ୍ତ୍ରୀ

ଢେଙ୍କାନାଳ,୧୫ା୩(ରତନ ନାୟାର): ଢେଙ୍କାନାଳ ସହରରେ ଶନିବାର ରଙ୍ଗର ପର୍ବ ହୋଲି ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସହରସ୍ଥିତ...

ଓଡ଼ିଶାରୁ ଲଣ୍ଡନ୍‌ ଗଲା ଗ୍ରୀନ୍‌ ଅମୃତଭଣ୍ଡା

ଢେଙ୍କାନାଳ,୧୫ା୩(ରତନ ନାୟାର): ଆମ୍ବ ପରେ ଢେଙ୍କାନାଳର ଅମୃତଭଣ୍ଡାର ଚାହିଦା ବିଦେଶରେ ବଢ଼ିବାରେ ଲାଗିଛି। ଏହାର ସୁସ୍ବାଦକୁ ନେଇ ବିଦେଶରେ ଲୋକମାନେ ଏହି ଅମୃତଭଣ୍ଡା ପ୍ରତି ଅଧିକ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image