ଦମ୍ପତିଙ୍କୁ ଗୁଳିମାରି ଫେରାର ହେଲେ ଦୁର୍ବୃତ୍ତ

ସୁନ୍ଦରଗଡ଼,୧୫।୫(ଡି.ଏନ୍.ଏ.): ସୁନ୍ଦରଗଡ କିଞ୍ଜିରକେଲା ଥାନା ହୁରମେଇ ଗ୍ରାମରେ ସୋମବାର ଗୁଳିମାଡ଼ ହୋଇଛି। ଗୁଳିମାଡରେ ଉଭୟ ସ୍ବାମୀ ଓ ସ୍ତ୍ରୀ ଗୁରୁତର ହୋଇଛନ୍ତି । ଗୁରୁତର ସ୍ବାମୀ ହେଲେ ବସନ୍ତ ବାରା। ଚିକିତ୍ସାପାଇଁ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ସୂଚନାଯୋଗ୍ୟ, ଜନସେବାକେନ୍ଦ୍ରକୁ ଫଟୋ ଉଠେଇ ଆସିବା ଆଳରେ ଦୁର୍ବୃତ୍ତ ଗୁଳିଚଳାଇଥିଲେ। ବସନ୍ତଙ୍କ ସ୍ତ୍ରୀ ବନ୍ଧୁକକୁ ଓପରକୁ କରିଦେବାରୁ ଭୁଜାଲିରେ ଦୁର୍ବୃତ୍ତ ଆକ୍ରମଣ କରିଥିଲେ। ପରେ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ ଆରମ୍ଭ କରିଛି ।

Share