ଗୁଳି ବର୍ଷୁଛି, ଆମେ ଲୁଚିଛୁ

କ୍ୱିଭ୍‌, ୨୧ା୨: ‘ଘର ନିକଟରେ ବ୍ୟାଗ୍‌ ଧରି ଛିଡ଼ା ହୋଇଥିଲି। ହଠାତ୍‌ ପ୍ରଚଣ୍ଡ ଶବ୍ଦ ହେବା ସହ ଗଛ ଜଳିବାକୁ ଲାଗିଲା। ଭୟରେ ଦୌଡ଼ି ଆସି ନିକଟରେ ଥିବା ଦୋକାନରେ ପଶିଗଲି। ମୋ ଶରୀରରେ ଯନ୍ତ୍ରଣା ହେଲା। ତଳକୁ ଚାହିଁଲା ବେଳକୁ ଅଣ୍ଟା ଓ ଆଙ୍ଗୁଠିରୁ ରକ୍ତ ବୋହିବାରେ ଲାଗିଥିବା ଦେଖିବାକୁ ପାଇଲି। ରୁଷିଆ ଆକ୍ରମଣର ଭୟ ଭିତରେ ବିଚ୍ଛିନ୍ନତାବାଦୀ ଓ ୟୁକ୍ରେନ ସୈନ୍ୟଙ୍କ ଭିତରେ ଲଢ଼େଇ ଚାଲିଛି। ଏପରି ସ୍ଥିତିରେ ଏଠାରେ ଜୀବନ ଧରି ବଞ୍ଚିବା କଷ୍ଟକର। ଚାରିପଟୁ ଗୁଳି ଗୋଳା ଚାଲିଛି। ବଞ୍ଚିବା ପାଇଁ ଲୁଚିଛପି ରହୁଛୁ।’ ଏହା ହେଉଛି ପୂର୍ବ ୟୁକ୍ରେନରେ ବିଚ୍ଛିନ୍ନତାବାଦୀ ଗୋଷ୍ଠୀଙ୍କ ଆକ୍ରମଣର ଶିକାର ହୋଇଥିବା ୬୫ ବର୍ଷୀୟା ବୃଦ୍ଧା ଭାଲେଣ୍ଟିନା ଗୋରଡେୟେଭାଙ୍କ କାହାଣୀ। ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ସଙ୍କଟ ଘନେଇଥିବାବେଳେ ପୂର୍ବ ୟୁକ୍ରେନରେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଛି। ରୁଷିଆ ସମର୍ଥତ୍ତ ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ୟୁକ୍ରେନ ସୈନ୍ୟଙ୍କୁ ଟାର୍ଗେଟ କରି ଗୁଳିଗୋଳା ଚଲାଇଛନ୍ତି। ମୋର୍ଟାର, ସେଲ ମାଡ଼ରେ ଅନେକ ଘର, ସ୍କୁଲ, ଗାଡ଼ି ଆଦି ନଷ୍ଟ ହୋଇଛି। ଏପରି ସ୍ଥିତିରେ ଭୟ ଓ ଆଶଙ୍କାରେ ଦିନ କାଟୁଛନ୍ତି ଡୋନେଟସ୍କ, ଲୁହାନ୍‌ସ୍କ ଏବଂ ମାରିନ୍‌କା ସହରର ବାସିନ୍ଦା।
ପ୍ରାୟ ସପ୍ତାହେ ହେଲାଣି ସେଠାରେ ହିଂସାକାଣ୍ଡ ଘଟାଉଛନ୍ତି। ମାରିୟୁପୋଲ ନିକଟରେ ମୁତୟନ ୟୁକ୍ରେନ ସୈନ୍ୟ ଆକ୍ରମଣର ସାମ୍‌ନା କରୁଛନ୍ତି। ଶନିବାର ମୋର୍ଟାର, ସେଲ୍‌ ମାଡ଼ରେ ଦୁଇ ୟୁକ୍ରେନ ସୈନ୍ୟ ନିହତ ହୋଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି। ଶନିବାର ସୁଦ୍ଧା ସେଠାରେ ୨ ହଜାରରୁ ଊର୍ଦ୍ଧ୍ୱ ଥର ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି। ସେପଟେ ଯୁଦ୍ଧ ଟାଳିବା ପାଇଁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ରୁଷିଆ ପ୍ରତିପକ୍ଷ ଭ୍ଲାଡିମିର ପୁଟିନ୍‌ଙ୍କ ଆଲୋଚନା ପ୍ରସ୍ତାବ ଦେଇଛନ୍ତି। ପୁଟିନ୍‌ କ’ଣ ଚାହୁଁଛନ୍ତି ତାହା ମୁଁ ଜାଣେ ନାହିଁ। କିନ୍ତୁ ଏକ ବୈଠକ ହେବା ଆବଶ୍ୟକ। ପୁଟିନ୍‌ କଥାବାର୍ତ୍ତା ହେବାର ସ୍ଥାନ ଚୟନ କରିପାରିବେ। ୟୁକ୍ରେନ୍‌ କୂଟନୈତିକ ରାସ୍ତାରେ ଚାଲିବା ଜାରି ରଖିବ ବୋଲି ଜେଲେନ୍‌ସ୍କି କହିଛନ୍ତି। ସେହିପରି ୟୁକ୍ରେନ ପ୍ରସଙ୍ଗରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍‌ରଁ ଫୋନ୍‌ ଯୋଗେ ରବିବାର ପୁଟିନ୍‌ଙ୍କ ସହ ଆଲୋଚନା କରିଛନ୍ତି। ୟୁକ୍ରେନରେ ଅସ୍ତ୍ରବିରତି ଉଲ୍ଲଂଘନ ରୋକିବା ପାଇଁ ପଦକ୍ଷେପ ନେବାକୁ ପୁଟିନ୍‌ ରାଜି ହୋଇଥିବା ଜଣାଯାଇଛି। ସୋମବାର ଏହି ଦୁଇ ଦେଶର ବହିର୍ବ୍ୟାପାର ମନ୍ତ୍ରୀଙ୍କ ମଧ୍ୟରେ ଏକ ବୈଠକ ଆୟୋଜନ ହେବାକୁ ସ୍ଥିର ହୋଇଛି। ରବିବାର ଆଲୋଚନାକୁ ମିଶାଇ ଚଳିତ ବର୍ଷ ଇମାନୁଏଲ ୫ମ ଥର ପାଇଁ ପୁଟିନ୍‌ ସହ କଥା ହୋଇଛନ୍ତି। ଅନ୍ୟପକ୍ଷରେ ରୁଷିଆ ଓ ବେଲାରୁଷ ମଧ୍ୟରେ ରବିବାର ଶେଷ ହେବାକୁ ଥିବା ସାମରିକ ଅଭ୍ୟାସକୁ ବର୍ଦ୍ଧିତ କରାଯାଇଛି। ଡୋନ୍‌ବାସରେ ଉତ୍ତେଜନା ଲାଗି ରହିଥିବାରୁ ଉତ୍ତର ୟୁକ୍ରେନ ସୀମା ନିକଟରେ ବେଲାରୁଷ ରୁଷିଆ ସହ ସମରାଭ୍ୟାସ ଜାରି ରଖିବ ବୋଲି ବେଲାରୁଷ ପ୍ରତିରକ୍ଷା ମନ୍ତ୍ରୀ ଭିକ୍ଟର ଖ୍ରେନିନ୍‌ କହିଛନ୍ତି।

ୟୁକ୍ରେନ୍‌ ଛାଡ଼ିବାକୁ ଭାରତୀୟଙ୍କୁ ପରାମର୍ଶ

ରୁଷିଆର ଆକ୍ରମଣ ଆଶଙ୍କା ବଢ଼ୁଥିବାରୁ ୟୁକ୍ରେନ୍‌ରେ ଥିବା ଭାରତୀୟମାନଙ୍କୁ ସାମୟିକ ଭାବେ ଦେଶ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି। ଜରୁରୀ ଆବଶ୍ୟକତା ନ ଥିଲେ ସେଠାରୁ ପଳାଇ ଆସିବା ଲାଗି ରବିବାର ୟୁକ୍ରେନ୍‌ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସାନି ଆଡଭାଇଜରି ଜାରି କରାଯାଇଛି। ୟୁକ୍ରେନ୍‌ ସଙ୍କଟକୁ ନେଇ ରୁଷିଆ ଓ ନାଟୋ ଦେଶଗୁଡ଼ିକ ମଧ୍ୟରେ ଉତ୍ତେଜନା ବଢ଼ୁଥିବାରୁ ଭାରତୀୟ ଦୂତାବାସ ପକ୍ଷରୁ ଏଭଳି ପରାମର୍ଶ ଦିଆଯାଇଛି। ଭାରତୀୟ ଛାତ୍ରୀଛାତ୍ରଙ୍କୁ ତୁରନ୍ତ ବ୍ୟବସାୟିକ ବିମାନ କିମ୍ବା ଚାର୍ଟାର୍ଡ ବିମାନରେ ୟୁକ୍ରେନ୍‌ ଛାଡ଼ି ଚାଲିଆସିବାକୁ କୁହାଯାଇଛି। ସୂଚନାଯୋଗ୍ୟ, ୟୁକ୍ରେନ୍‌ରେ ପ୍ରାୟ ୧୮,୦୦୦ ଛାତ୍ରୀଛାତ୍ର ପାଠ ପଢ଼ୁଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ହାଇକମିଶନରଙ୍କୁ ସମନ କଲା ବାଂଲାଦେଶ, ଲଗାଇଲା ଏପରି ଅଭିଯୋଗ

ନୂଆଦିଲ୍ଲୀ,୧୨।୧: ରବିବାର ଭାରତୀୟ ହାଇକମିଶନର ପ୍ରଣୟ ବର୍ମାଙ୍କୁ ସମନ କରିଛି ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟ। ଭାରତ-ବାଂଲାଦେଶ ସୀମାରେ ପାଞ୍ଚଟି ସ୍ଥାନରେ ବାଡ଼ ନିର୍ମାଣ କରିବାକୁ ଚେଷ୍ଟା...

ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୨ା୧: ଡୋନାଲ୍ଡ ଟ୍ରମ୍ପ୍‌ ଜାନୁଆରୀ ୨୦ରେ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ତାଙ୍କ ଶପଥ ଗ୍ରହଣ ଉତ୍ସବରେ ବିଶ୍ୱର...

ସର୍ବସାଧାରଣ ପରିବହନରେ ଲାଗିପାରିବ ନାହିଁ ଜଙ୍କ ଫୁଡ ବିଜ୍ଞାପନ

କାନବେରା,୧୨।୧: ସୁସ୍ଥ ଖାଦ୍ୟକୁ ପ୍ରୋତ୍ସାହିତ କରିବା ଏବଂ ମୋଟାପଣ ଭଳି ସମସ୍ୟାକୁ ରୋକିବା ପାଇଁ ଦକ୍ଷିଣ ଅଷ୍ଟ୍ରେଲିଆ (ସାଉଥ୍‌ ଅଷ୍ଟ୍ରେଲିଆ) ଏକ ବଡ଼ ପଦକ୍ଷେପ ନେଇଛି।...

ପ୍ରଧାନମନ୍ତ୍ରୀ ପଦ ଦୌଡରୁ ଓହରିଗଲେ ଅନିତା ଆନନ୍ଦ

ଓଟାଓ୍ବା,୧୨।୧: କାନାଡାର ପ୍ରଧାନମନ୍ତ୍ରୀ ପଦ ପାଇଁ ଅନିତା ଆନନ୍ଦ ଦୌଡ଼ରୁ ବାଦ ପଡ଼ିଛନ୍ତି। ସେ ସୋସିଆଲ ମିଡିଆରେ ଏ ସମ୍ପର୍କରେ ଏକ ବିବୃତ୍ତି ମଧ୍ୟ ଜାରି...

ଲସ ଆଞ୍ଜେଲ୍ସରେ ଜଳୁଛି ନିଆଁ ଲିଭାଇବାକୁ ନାକେଦମ ହେଲେଣି ଦମକଳ ବାହିନୀ

ଲସ ଆଞ୍ଜେଲ୍ସ,୧୨।୧: କାଲିଫର୍ନିଆର ଲସ ଆଞ୍ଜେଲ୍ସରେ ଲାଗିଥିବା ନିଆଁ ଶନିବାର (ଜାନୁଆରୀ ୧୧, ୨୦୨୫) ଦିନ ଦିଗ ପରିବର୍ତ୍ତନ କରିଥିଲା, ଯାହା ଫଳରେ ଅନେକ ଅଞ୍ଚଳରେ...

ଭାରତକୁ ନେଇ ଆଉ ଏକ ଚମକାଇବା ଭଳି ବୟାନ ଦେଲେ ୟୁନୁସ ସରକାର

ଢାକା,୧୨।୧: ବାଂଲାଦେଶ ସରକାର ଶନିବାର ଏକ ପୋଲିସ ରିପୋର୍ଟକୁ ଉଦ୍ଧୃତ କରି କହିଛନ୍ତି ଯେ ୪ ଅଗଷ୍ଟ, ୨୦୨୪ ପରେ ଦେଶରେ ସଂଖ୍ୟାଲଘୁଙ୍କ ବିରୁଦ୍ଧରେ ହୋଇଥିବା...

୧୮୩୧ରେ ଆଗ୍ନେୟଗିରି ଉଦ୍‌ଗିରଣରୁ ନୀଳ ହୋଇଥିଲା ସୂର୍ଯ୍ୟ

ଏଡିନବର୍ଗ, ୧୨ା୧:ପ୍ରାୟ ୨୦୦ ବର୍ଷ ତଳେ ପୃଥିବୀ ବାୟୁମଣ୍ଡଳରେ ସୂର୍ଯ୍ୟ ନୀଳରଙ୍ଗ ହେବାର ରହସ୍ୟ ଉପରୁ ବୈଜ୍ଞାନିକମାନେ ପରଦା ଉଠାଇଛନ୍ତି। ୧୮୩୧ ମସିହାରେ ହୋଇଥିବା ଏକ...

ଆମେରିକାରେ ତୁଷାରଝଡ଼: ୩,୦୦୦ ବିମାନ ବାତିଲ

ଆଟଲାଣ୍ଟା,୧୨।୧: ଯୁକ୍ତରାଷ୍ଟ୍ର ଆମେରିକାର ଦକ୍ଷିଣ ଭାଗରେ ପ୍ରବଳ ବେଗରେ ପବନ ସାଙ୍ଗକୁ ଭୟାବହ ତୁଷାର ଝଡ଼ ଯୋଗୁ ଶୁକ୍ରବାର ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଫଳରେ ୩,୦୦୦ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image