Categories: ଖେଳ

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶୁଟିଂ ସାମିଲ

ନୂଆଦିଲ୍ଲୀ,୫।୧୦: ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଚମତ୍କାର ପ୍ରଦର୍ଶନ କରିଥିବବା ଭାରତ ପାଇଁ ଏକ ଖୁସି ଖବର ଆସିଛି। ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶୁଟିଂ ସାମିଲ କରାଯାଇଛି। ଏହି କ୍ରୀଡା ପୂର୍ବରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଏକ ଅଂଶ ଥିଲା, କିନ୍ତୁ ୨୦୨୨ରେ ସାମିଲ କରାଯାଇ ନ ଥିଲା। ଏହି ପ୍ରତିଯୋଗିତାରେ ଭାରତ ଶୁଟିଂ ଉପରେ ପ୍ରାଧାନ୍ୟ ବିସ୍ତାର କରେ। ଏହି କ୍ରୀଡ଼ାରେ ଭାରତ ବହୁ ସଂଖ୍ୟକ ପଦକ ଜିତେ। ଏଭଳି ପରିସ୍ଥିତିରେ ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆାା କରାଯାଉଛି।
ରାଜ୍ୟଗୋଷ୍ଠୀ କ୍ରୀଡ଼ା ଫେଡେରେଶନ ବୁଧବାର କ୍ରୀଡା ତାଲିକା ପ୍ରକାଶ କରିଛି ଏବଂ ଏଥିରେ କୁସ୍ତି ଏବଂ ଆର୍ଚେରୀ ସାମିଲ କରାଯାଇ ନାହିଁ। କୁସ୍ତି କ୍ଷେତ୍ରରେ ଭାରତର ପ୍ରଦର୍ଶନ ମଧ୍ୟ ଅତ୍ୟନ୍ତ ଭଲ ହୋଇଛି। ଏହି ବର୍ଷ ଭାରତର ୧୨ଜଣ ରେସଲର ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ ଏବଂ ସମସ୍ତେ ପଦକ ଜିତିଥିଲେ। ପ୍ରତିଯୋଗିତାରେ ଏହି ଦୁଇଟି କ୍ରୀଡ଼ା ବାଦ୍‌ ପଡିବା ଭାରତ ପାଇଁ ଏକ ବଡ଼ ଝଟ୍‌କା।

 

Share