Categories: ଖେଳ

ଶୁଟିଂ ବିଶ୍ୱକପ: ଫାଇନାଲରେ ଐଶ୍ୱର୍ଯ୍ୟ, ଚେନ୍‌ ସିଂ

ନୂଆଦିଲ୍ଳୀ,୧୬ା୭: ଚାଙ୍ଗଓନରେ ଖେଳା ଯାଉଥିବା ଶୁଟିଂ ବିଶ୍ୱକପରେ ଭାରତୀୟ ଶୁଟରଙ୍କ ଅଭିଯାନ ଜାରି ରହିଛି। ୫୦ ମିଟର ରାଇଫଲ ମୁକାବିଲାରେ ଐଶ୍ୱର୍ଯ୍ୟ ପ୍ରତାପ ସିଂ ତୋମାର, ଚେନ୍‌ ସିଂ ଏବଂ ୨୫ ମିଟର ପିସ୍ତଲ ବର୍ଗରେ ମାନୁ ଭାକର ଫାଇନାଲରେ ପହଞ୍ଚିଛନ୍ତି। ଚେନ୍‌ ସିଂ ୫୮୮ ଓ ଐଶ୍ୱର୍ଯ୍ୟ ୫୯୩ ଫାଇନାଲ ସ୍କୋର ସହିତ ର଼୍ୟାଙ୍କିଙ୍ଗ ରାଉଣ୍ଡ ଅତିକ୍ରମ କରିଥିଲେ । ନିଲିଙ୍ଗ ଏବଂ ପ୍ରୋନରେ ପର୍ଫେକ୍ଟ ସ୍କୋର କରିଥିବା ତୋମାର ଅନ୍ତିମ ରାଉଣ୍ଡରେ ହରାଇଥିଲେ ୭ ପଏଣ୍ଟ। ତେବେ ଭେଟେରାନ ସଞ୍ଜୀବ ରାଜପୁତ ଫାଇନାଲ ଯୋଗ୍ୟତା ହାସଲରେ ବିଫଳ ହୋଇଥିଲେ। ମହିଳା ୨୫ ମିଟର ପିସ୍ତଲ ବର୍ଗରେ ମାନୁ ଭାକର ଫାଇନାଲରେ ପ୍ରବେଶ କରିଥିବା ବେଳେ ରିଦିମ ସାଙ୍ଗଓ୍ବନ ଯୋଗ୍ୟତା ହାସଲରେ ବିଫଳ ହୋଇଥିଲେ।

Share