Categories: ଖେଳ

ଶୁଟିଂ ବିଶ୍ୱକପ: ଶେଷ ଦିନରେ ସାମରାଙ୍କୁ ମିଳିଲା ବ୍ରୋଞ୍ଜ

ଭୋପାଳ,୨୬ା୩: ଭୋପାଳରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ଶୁଟିଂ ବିଶ୍ୱକପ୍‌ର ଶେଷ ଦିନରେ ଲଢୁଆ ପ୍ରଦର୍ଶନ ସହିତ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି ଭାରତର ସିଫ୍ଟ କୌର୍‌ ସାମରା।

ସାମରାଙ୍କ ବ୍ରୋଞ୍ଜ ପଦକ ସହିତ ଭାରତ ୭ଟି ପଦକ ସହିତ ଦ୍ୱିତୀୟ ସ୍ଥାନରେ ରହି ଅଭିଯାନ ସମାପ୍ତ କରିଛି। ଅନ୍ତିମ ଦିନରେ ଦୁଇଟି ସ୍ବର୍ଣ୍ଣ ହାସଲ କରିଥିବା ଚାଇନା ୭ ସ୍ବର୍ଣ୍ଣ ଓ ୨ଟି ଲେଖାଏ ରୌପ୍ୟ ଓ ବ୍ରୋଞ୍ଜ ସହିତ ପ୍ରଥମ ସ୍ଥାନରେ ରହିଥିଲା। ୫୦ ମିଟର ରାଇଫଲ ୩ ପୋଜିସନରେ ରବିବାର ଭାରତର ପ୍ରମୁଖ ଖେଳାଳି ବିଫଳ ହୋଇଥିବା ବେଳେ ୨୧ ବର୍ଷୀୟ ସାମରା ଦମ୍‌ଦାର ପ୍ରଦର୍ଶନ କରିଥିଲେ। ସାମରା ର଼୍ୟାଙ୍କିଙ୍ଗ ପର୍ଯ୍ୟାୟରେ ୪୦୩.୯ ପଏଣ୍ଟ ସ୍କୋର କରିଥିଲେ। ସ୍ବର୍ଣ୍ଣ ପଦକ ବିଜେତା ଚାଇନାର ଝାଙ୍ଗ କ୍ୱିଓଙ୍ଗ୍ବେ ୪୧୪.୭ ଏବଂ ଚେକ୍‌ ରିପବ୍ଲିକ୍‌ର ଆନେଟା ବ୍ରାବକୋଭା ୪୧୧.୩ ପଏଣ୍ଟ ସହ ପ୍ରଥମ ଦୁଇଟି ସ୍ଥାନରେ ରହିଥିଲେ।

Share