Categories: ଜାତୀୟ

ଆମେରିକାରେ ଗୁଳିମାଡ଼, ୮ ମୃତ

ଓ୍ବାଶିଂଟନ, ୧୭।୩: ଆମେରିକାର ଆଟାଲାଣ୍ଟାରେ ଭୟାନକ ଗୁଳିମାଡ ହୋଇଛି। ଅଟଲାଣ୍ଟା ସ୍ଥିତ ଜର୍ଜିଆର ୩ଟି ସ୍ପା ଭିତରେ ପଶି ଜଣେ ଦୁର୍ବୃତ୍ତ ଏହି ଗୁଳିମାଡ କରିଥିଲେ। ଏଥିରେ ୪ଜଣ ମହିଳାଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ତେବେ ଏହି ଗୁଳିମାଡର କାରଣ ଜଣାପଡ଼ି ନ ଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Share