ବ୍ରାଜିଲର ଦୁଇଟି ସ୍କୁଲରେ ଆଖିବୁଜା ଗୁଳିଚାଳନା, ୩ ମୃତ ୧୧ ଆହତ

ବ୍ରାସିଲିଆ,୨୬ ।୧୧: ବ୍ରାଜିଲର ଦୁଇଟି ସ୍କୁଲରେ ଆଖିବୁଜା ଗୁଳିଚାଳନା ହୋଇଥିବା ସୂଚନା ମିଳିଛି । ଏହି ଗୁଳିକାଣ୍ଡରେ ୩ ଜଣଙ୍କ ମୃତ୍ୟୁ ହୋଇଛି ଓ ୧୧ ଜଣ ଆହତ ହୋଇଛନ୍ତି । ସ୍ଥାନୀୟ ଗଣମାଧ୍ୟମ ସହ କଥା ହୋଇ ଅଧିକାରୀମାନେ କହିଛନ୍ତି, ଜଣେ ସନ୍ଦିଗ୍ଧ ବ୍ୟକ୍ତି ବୁଲେଟ ପ୍ରୁଫ ଜ୍ୟାକେଟ ପିନ୍ଧି ଦକ୍ଷିଣ-ପୂର୍ବ ବ୍ରାଜିଲର ଦୁଇଟି ସ୍କୁଲରେ ପସି ଆଖିବୁଜା ଗୁଳି ଚଳାଇଥିଲେ । ଫଳରେ ଏଥିରେ ୨ ଜଣ ଶିକ୍ଷକ ଓ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଛି । ଏହାସହ ଅନ୍ୟ ୧୧ ଜଣ ବି ଆହତ ହୋଇଛନ୍ତି ।
ପୋଲିସର ସୂଚନା ଅନୁଯାୟୀ, ଗୁଳିକାଣ୍ଡ ଏକ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ସହ ଏକ ଘରୋଇ ସ୍କୁଲରେ ହୋଇଛି । ଏହି ଦୁଇଟି ସ୍କୁଲ ଏସ୍ପିରିଟୋ ସୈଂଟୋ ରାଜ୍ୟର ଛୋଟ ସହର ଅରାକ୍ରୁଜର ଗୋଟିଏ ସଡ଼କରେ ରହିଛି । ରାଜ୍ୟର ଗଭର୍ନର ରିନଟୋ କାସାଗ୍ରାଣ୍ଡେ କହିଛନ୍ତି, ଅଧିକାରୀମାନେ ଯାଞ୍ଚ ପରେ ସନ୍ଦିଗ୍ଧ ସୁଟରଙ୍କୁ ଗିରଫ କରିଛନ୍ତି । ଗଭର୍ନର ଟୁଇଟ କରି କହିଛନ୍ତି ଆମେ ମାମଲାର ଯାଞ୍ଚ ଜାରି ରଖିବୁ ଓ ଏହାକୁ ନେଇ ଅଧିକ ସୂଚନା ଏକାଠି କରିବୁ ।

Share