Posted inଜାତୀୟ

ଦୋକାନରେ ଅଗ୍ନିକାଣ୍ଡ: ୭ ଜୀବନ୍ତ ଦଗ୍ଧ

ମୁମ୍ବାଇ,୬ା୧୦: ମୁମ୍ବାଇରେ ଥିବା ଏକ ଦୁଇମହଲା ବିଶିଷ୍ଟ ଦୋକାନ ତଥା ଆବାସିକ ବିଲ୍ଡିଂରେ ରବିବାର ନିଆଁ ଲାଗିଯିବାରୁ ୭ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ପିଲା ରହିଛନ୍ତି।

ଚେମ୍ବୁର ଅଞ୍ଚଳର ସିଦ୍ଧାର୍ଥ କଲୋନିରେ ଥିବା ଉକ୍ତ ବିଲ୍ଡିଂରେ ଭୋର ୫ଟା ୨୦ ମିନିଟ୍‌ ସମୟରେ ନିଆଁ ଲାଗିଥିଲା। ବିଲ୍ଡିଂର ତଳମହଲାରେ ଏକ ଦୋକାନ ଚାଲିଥିବା ବେଳେ ଉପର ମହଲାରେ ଲୋକେ ରହୁଥିଲେ। ତଳମହଲାରେ ନିଆଁଲାଗି ଏହା ଉପର ମହଲାକୁ ବ୍ୟାପିଯାଇଥିଲା ବୋଲି ଜଣେ ଅଗ୍ନିଶମ ଅଧିକାରୀ କହିଛନ୍ତି।

ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ। ୭ ଜଣଙ୍କୁ ନିକଟବର୍ତ୍ତୀ ରାଜଓ୍ବାଡ଼ି ହସ୍ପିଟାଲ ନିଆଯାଇଥିବାବେଳେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ୫ଟି ଦମକଳ ସହାୟତାରେ ନିଆଁକୁ ଆୟତ୍ତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାୟୁସେନାର ଏୟାର ଶୋ’ ବେଳେ ଅଘଟଣ, ୩ ଦର୍ଶକ ମୃତ

ଚେନ୍ନାଇ, ୬ା୧୦: ଚେନ୍ନାଇର ମାରିନା ବିଚରେ ଏୟାର ସୋ ଦେଖିବା ପାଇଁ ଯାଇଥିବା ତିନି ଜଣଙ୍କର ମୃତ୍ୟୁ ହୋଇଛି। ଡାକ୍ତରମାନେ କହିଛନ୍ତି ଯେ, ହିଟ୍ ଷ୍ଟ୍ରୋକ...

୧୦ ବର୍ଷର ନାବାଳିକାକୁ ବଳାତ୍କାର, ହତ୍ୟା ମାମଲା: ପୋଲିସକୁ ମମତାଙ୍କ ଅଲ୍ଟିମେଟମ୍

କୋଲକାତା,୬।୧୦: ପଶ୍ଚିମବଙ୍ଗର କୁଲଟୁଲିରେ ଜଣେ ୧୦ ବର୍ଷର ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୋଲିସକୁ ଅଲ୍ଟିମେଟମ୍ ଦେଇଛନ୍ତି। ମମତା...

ନଇଁ ପଡୁଛି ଭାଜପା! ଏକଜିଟ ପୋଲ୍‌ର ଆକଳନକୁ ନେଇ ଭାଜପା ନେତା କହିଲେ ଫଳାଫଳ ସ୍ବୀକାର କରିବୁ

ନୂଆଦିଲ୍ଲୀ,୬।୧୦: ନିର୍ବାଚନ ରାଜ୍ୟ ହରିୟାଣାର କର୍ଣ୍ଣଲ ଜିଲାର ଭାଜପା ପ୍ରାର୍ଥୀ ହରବିନ୍ଦର କଲ୍ୟାଣ ରବିବାର ତାଙ୍କ ସମର୍ଥକଙ୍କ ସାମ୍ନାରେ ନିଜର ନିର୍ବାଚନ ଅନୁଭୂତି ବାଣ୍ଟିଛନ୍ତି। ସେ...

ହରିୟାଣାରେ ଭାଜପା ସରକାର ଗଢିବାକୁ ଖୋଲା ଅଛି ସମସ୍ତ ଦ୍ୱାର, କାହିଁକି ଏମିତି କହିଲେ ନାଏବ ସୋନି

ଚଣ୍ଡିଗଡ଼,୬।୧୦: ହରିୟାଣା ବିଧାନସଭା ନିର୍ବାଚନ ପରେ ଶନିବାର ସାରେ ଏକଜିଟ ପୋଲ ତଥ୍ୟ ପ୍ରକାଶ ପାଇଛି। ଏକଜିଟ ପୋଲରେ ଭାଜପାକୁ ବଡ ଝଟକା ଲାଗିଛି। ସେଠାରେ...

ମାକ୍ରୋନଙ୍କ ପାଇଁ ନେତାନ୍ୟାହୁଙ୍କ ଭିଡିଓ ବାର୍ତ୍ତା: ଅସ୍ତ୍ରଶସ୍ତ୍ର ବ୍ୟାନ୍ ବୟାନ ଉପରେ ଦେଲେ କଡା ପ୍ରତିକ୍ରିୟା

ନୂଆଦିଲ୍ଲୀ,୬।୧୦: ଗାଜାରେ ବ୍ୟବହାର ପାଇଁ ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ କରିବାକୁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ ଆହ୍ୱାନକୁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ତୀବ୍ର...

ମହାକାଳେଶ୍ୱର ମନ୍ଦିରରେ ମିଳୁଥିବା ପ୍ରସାଦ ସମ୍ପୂର୍ଣ୍ଣ ଶୁଦ୍ଧ

ଉଜ୍ଜୟନୀ,୬।୧୦: ମଧ୍ୟ ପ୍ରଦେଶ ଉଜ୍ଜୟନୀର ମହାକାଳେଶ୍ୱର ମନ୍ଦିରରେ ମିଳୁଥିବା ଲଡୁ ପ୍ରସାଦର ଯାଞ୍ଚ କରାଯାଇ ଜଣାପଡିଛି ଯେ ଲଡୁ ସମ୍ପୂର୍ଣ୍ଣ ଶୁଦ୍ଧ ଅଟେ। ମଧ୍ୟପ୍ରଦେଶର ଉଜ୍ଜୟନୀ...

ପ୍ରତି ମାସରେ ମହିଳାଙ୍କୁ ୧୦୦୦ ଟଙ୍କା ଦେବ ଏଏପି ସରକାର!

ନୂଆଦିଲ୍ଲୀ,୬।୧୦: ଆମ ଆଦମୀ ପାର୍ଟି (ଏଏପି) ଆଜି ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ‘ଜନତା କି ଅଦାଲତ’ କାର୍ଯ୍ୟକ୍ରମ ଆୟୋଜନ କରିଛି। ଏହି ସମୟରେ ଏଏପି ମୁଖ୍ୟ...

ହରିୟାଣା ଉପରେ କହିବା ମନା, ଏକଜିଟ ପୋଲ୍‌କୁ ନେଇ ଭାଜପା ନେତାଙ୍କ ମୁହଁ ବନ୍ଦ

ନୂଆଦିଲ୍ଲୀ,୬।୧୦: ହରିୟାଣା, ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ଶେଷ ହୋଇଛି। ବର୍ତ୍ତମାନ ଏହି ନିର୍ବାଚନର ଫଳାଫଳ ଘୋଷଣା କରାଯିବ। କିନ୍ତୁ ଏହାପୂର୍ବରୁ ସମସ୍ତ ଏକଜିଟ ପୋଲ୍‌ରେ ଜମ୍ମୁ-କଶ୍ମୀରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri