Categories: ଫୁରସତ

କାର୍‌ ଉପରେ ଦୋକାନ, କୌଶଳ ଦେଖିଲେ କହିବେ…

ଆଜିକାଲି ଦେଶୀ ଜ୍ଞାନ କୌଶଳର ଅଭାବ ନାହିଁ। ଦେଶୀ କୌଶଳ ଆଗରେ ବଡ଼ ବଡ଼ ଇଞ୍ଜିନିୟର ମଧ୍ୟ ଫେଲ୍‌ ମାରିବେ। ଜଣେ ବ୍ୟକ୍ତିଙ୍କ ଚିନ୍ତାଧାରା ଏବଂ ସୃଜନଶୀଳତା ହେତୁ ବର୍ତ୍ତମାନ ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।

ଆଇପିଏସ୍‌ ପଙ୍କଜ ଜୈନ ତାଙ୍କ ଟୁଇଟର୍‌ ଆକାଉଣ୍ଟରେ ଏପରି ନିଆରା ଏକ ଦୋକାନର ଫଟୋ ଶେୟାର କରିଛନ୍ତି। ଏକ ପୁରୁଣା ମାରୁତି-୮୦୦ କାରର ଛାତ ଉପରେ ଜଣେ ବ୍ୟକ୍ତି ପାନ ଦୋକାନ କରି ବସିଛନ୍ତି। ୟଦୋକାନୀଙ୍କ ଏହି ଆଇଡିଆ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି।

ସୋସିଆଲ ମିଡିଆରେ ଫଟୋଟି ଶେୟାର ହେବା ମାତ୍ରେ ଦୋକାନ ପ୍ରସିଦ୍ଧ ହୋଇଗଲା। ଲୋକମାନେ ଏହାକୁ ଖୁବ୍‌ମାତ୍ରାରେ ପସନ୍ଦ କରୁଛନ୍ତି ଏବଂ ବିଭିନ୍ନ ମଜାଳିଆ କମେଣ୍ଟ ମଧ୍ୟ ଦେଉଛନ୍ତି। କିଛି ୟୁଜର ଲେଖିଛନ୍ତି, ବର୍ତ୍ତମାନ ଏହି ଦୋକାନୀଙ୍କୁ ଏକ ନିଶ୍ଚିତ ଚ୍ୟାଲେଞ୍ଜ ଦେବାକୁ ପଡ଼ିବ। ଆଉ ଜଣେ ୟୁଜର ଲେଖିଛନ୍ତି, ବର୍ତ୍ତମାନ ଏହି ବ୍ୟକ୍ତିଙ୍କୁ କାର୍‌ ଚଳାଇବା ସମୟରେ ୪୦ ବେଗ ରଖିବାକୁ ପଡ଼ିବ, ତଥାପି ଏହି ଆଇଡିଆ ଭଲ ଅଟେ। ଏପରି ନିଆରା ଦୋକାନ ଲକ୍ଷ୍ନୌ ସହରର ବୋଲି କୁହାଯାଉଛି।

Share