ଗଞ୍ଜାମର ବଜାରରେ ଦୋକାନ ମାଲିକଙ୍କ ହେଲା ଆଣ୍ଟିଜେନ ଟେଷ୍ଟ: କେତେ ଜଣ ପଜିଟିଭ୍‌ ଜାଣନ୍ତୁ

ଗଞ୍ଜାମ,୧୨।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶରେ ଗତ ୨ ଦିନ ଧରି ଗଞ୍ଜାମ ସହର ବଡ଼ ବଜାର ଓ ସାନ ବଜାରଠାରେ ଥିବା ସମସ୍ତ ବ୍ୟବସାୟୀଙ୍କ ଆଣ୍ଟିଜେନ ଟେଷ୍ଟ ହେଉଛି। ମୋଟ ୪୯୨ ଜଣଙ୍କ ଆଣ୍ଟିଜେନ ଟେଷ୍ଟ ହୋଇଥିଲା ବେଳେ ୭ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏ ନେଇ ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଭୁ କଲ୍ୟାଣ ଦାଶ ସୂଚନା ଦେଇଛନ୍ତିl ଗତ ଜୁନ ୪ ତାରିଖରେ ଉକ୍ତ ଏନ୍‌ଏସିରେ ପ୍ରଥମେ କରୋନା ପଜିଟିଭ୍‌ ଚିହ୍ନଟ ହୋଇ ଥିଲା। ମାତ୍ର ବର୍ତ୍ତମାନ ସଂଖ୍ୟା ୪୫ରେ ପହଞ୍ଚିିଛି ।