ଗ୍ୟାସ ଲିକ୍‌ ହୋଇ ଜଳିଗଲା ଜଳିଖିଆ ଦୋକାନ

ବୁଗୁଡ଼ା,୯ା୨(ଡି.ଏନ.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ଥାନା କଳମ୍ବ ପଞ୍ଚାୟତ ଅଧୀନ ଡେଙ୍ଗାପଦର ଗ୍ରାମର ଏକ ଜଳଖିଆ କ୍ୟାବିନରେ ଗ୍ୟାସ ଲିକରୁ ଅଗ୍ନିକାଣ୍ଡ ଘଟି କ୍ୟାବିନ ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି। ଏଥିରେ ରୋଷେୟା ଏବଂ ହୋଟେଲ ମାଲିକ ରାମ ପ୍ରଧାନ ଆହତ ହୋଇଛନ୍ତି।

ଗୁରୁବାର ରାମ ଜଳଖିଆ ପ୍ରସ୍ତୁତ କରୁଥିବା ବେଳେ କୌଣସି କାରଣରୁ ଗ୍ୟାସ ସିଲିଣ୍ଡର ଲିକ୍‌ ହୋଇ କ୍ୟାବିନରେ ନିଆଁ ଲାଗି ଯାଇଥିଲା। ସ୍ଥାନୀୟ ଲୋକେ ରାମକୁ ଉଦ୍ଧାର କରି ବାଲିପଦର ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଦମକଳ ବାହିନୀ ପହଞ୍ଚିଲା ବେଳକୁ କ୍ୟାବିନ କିଛି ପୋଡି ଛାରଖାର ହୋଇଯାଇଥିଲା। କ୍ଷୟକ୍ଷତିର ଆକଳନ କରି ତୁରନ୍ତ ଦୋକାନ ମାଲିକଙ୍କୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Share