ଶୋପିଆନ,୩୦।୮: ଜମ୍ମୁ-କଶ୍ମୀରର ଶୋପିଆନରେ ମଙ୍ଗଳବାର ସୁରକ୍ଷାକର୍ମୀଙ୍କୁ ଏକ ର୍ବ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୨ଆତଙ୍କବାଦୀ ଟଳିପଡ଼ିଥିବା ଜଣାପଡ଼ିଛି। ନିହତ ହୋଇଥିବା ଆତଙ୍କବାଦୀମାନେ ଲଶ୍କର-ଇ-ତୋଏବାର ସଦସ୍ୟ। ସେମାନେ ଘାଟିରେ ଏକ ବକ୍ଷାକର୍ମ ଦୁର୍ଘଟଣା ଘଟାଇବାକୁ ଷଡ଼ଯନ୍ତ୍ର ରଚିିଥିଲେ ବୋଲି କଶ୍ମୀର ଜୋନ ପୋଲିସ ସୂଚନା ଦେଇଛି। ସୂଚନାଯୋଗ୍ୟ, ମଙ୍ଗଳବାର ଶୋପିଆନର ନାଗବଲ ଅଞ୍ଚଳରେ କେତେକ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଖବର ମିଳିଥିଲା। ଏହାପରେ ସୁରକ୍ଷାକର୍ମୀ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ। ଏହି ଅପରେଶନ ସମୟରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ। ତେବେ ସୁରକ୍ଷାକର୍ମୀଙ୍କ ଗୁଳିବିନିମୟରେ ୨ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ବୋଲି ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।