ରାୟପୁର,୨୦।୨: ଛତିଶଗଡ଼ ରାଜଧାନୀ ରାୟପୁରର ଗୁଧିୟାରୀ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଜଣେ ନାବାଳିକା ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାରୁ ଜଣେ ବ୍ୟକ୍ତି ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି। ଏପରିକି ସମ୍ପୃକ୍ତ ବ୍ୟକ୍ତି ଜଣକ ନାବାଳିକାଙ୍କ ଚୁଟି ଧରି ରାସ୍ତାରେ ଘୋଷାଡ଼ି ନେଇଥିବା ଅଭିଯୋଗ ହୋଇଛି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସ୍ଥାନୀୟ ପୋଲିସ ତଦନ୍ତ ଆରମ୍ଭ କରିଛି। ଅନ୍ୟପେ% ୧୬ ବର୍ଷୀୟା ବାଳିକାଙ୍କ ଦେହରେ ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ସୃଷ୍ଟି ହୋଇଛି। ପୋଲିସ ଅଭିଯୁକ୍ତ ଓମ୍କାର ତିଓ୍ବାରି ଓରଫ ମନୋଜଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୀଡ଼ିତା ମନୋଜଙ୍କ ଦୋକାନରେ କାମ କରୁଥିଲେ। ଗୁଧିୟାରୀ ଥାନାରେ ଅଭିଯୁକ୍ତଙ୍କ ମନୋଜଙ୍କ ବିରୋଧରେ ଆଇନର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି।