Advertisement

ଖୁଚୁରା ଗ୍ରହଣ କରୁନାହାନ୍ତି ଦୋକାନୀ

କୁତ୍ରା,୩ା୭(ଦେବାଶିଷ ସାହୁ): କୁତ୍ରା ଅଞ୍ଚଳରେ ଟଙ୍କିକିଆ, ୨ଟଙ୍କିଆ କଏନ ବର୍ତ୍ତମାନ ସ୍ଥିତିରେ କେହି ନେବାକୁ ରାଜି ହେଉନାହାଁନ୍ତି। ଫଳରେ ଲୋକଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରୁଛି। ପାନ ଦୋକାନ, ଚା’ ଦୋକାନ, ପରିବା ଦୋକାନ ଏବଂ ବଡ଼ବଡ଼ ବ୍ୟବସାୟୀ ମଧ୍ୟ ଖୁଚୁରା ଟଙ୍କା ଗ୍ରହଣ କରୁ ନ ଥିବା ଦେଖିବାକୁ ମିଳୁଛି। ଏପରିକି ବ୍ୟାଙ୍କ ଏବଂ ଅର୍ଥ ଲଗାଣକାରୀ ସଂସ୍ଥା ଗୁଡ଼ିକ ମଧ୍ୟ ଖୁଚୁରା ନେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ତେଣୁ ସେମାନଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ଟଙ୍କିକିଆ, ୨ ଟଙ୍କିଆ ମୁଦ୍ରା ଉପରେ କୌଣସି ନିଷେଦ୍ଧାଦେଶ ଜାରି କରି ନଥିବା ବେଳେ ଦୋକାନୀ ଏବଂ ବ୍ୟାଙ୍କ କ’ଣ ପାଇଁ ଖୁଚୁରା ପଇସା ଗ୍ରହଣ କରୁନାହାଁନ୍ତି ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ଜିଲା ପ୍ରଶାସନ ଦୃଷ୍ଟି ଦେଲେ ସମାଧାନ ହୋଇପାରନ୍ତା ବୋଲି ଗରିବ ଶ୍ରେଣୀର ଲୋକେ କହିଛନ୍ତି।

ମତାମତ
ବର୍ତ୍ତମାନ ସମୟ ଏମିତି ହୋଇଛି ଯେ ସାଧାରଣ ଲୋକ ମଧ୍ୟ ଖୁଚୁରା ଗ୍ରହଣ କରିବା ପାଇଁ କୁଣ୍ଠାବୋଧ କରୁଛନ୍ତି। ବ୍ୟାଙ୍କ ମଧ୍ୟ ବିଭିନ୍ନ ଆଳ ଦେଖାଇ ଏହାକୁ ଗ୍ରହଣ କରୁ ନ ଥିବାରୁ ଦୋକାନୀମାନେ ଏହା ଗ୍ରହଣ କରୁ ନ ଥିବା କହିଛନ୍ତି।
-ମିଶ୍ର ଗନ୍ଧା(ବ୍ୟବସାୟୀ)
ଗୋଟେ ଗୋଟେ ଦୋକାନୀ ଖୁଚୁରା ଗ୍ରହଣ କରୁଛନ୍ତି। ଫଳରେ ଆମକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଘରେ ଖୁଚୁରା ପଇସା ଗଦା ହୋଇଛି। କିନ୍ତୁ କୌଣସି କାର୍ଯ୍ୟରେ ଆସୁନାହିଁ। ଏଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ସେ ଅନୁରୋଧ କରିଛନ୍ତି।
-ଟଙ୍କଧର ବରିହା(ସଧାରଣ ଲୋକ)

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share