ପୂର୍ବ ଶତ୍ରୁତାରୁ ଦୋକାନୀଙ୍କୁ ହତ୍ୟା

କେନ୍ଦୁଝର,୨୭ା୨(ସ୍ବ.ପ୍ର.): ବାଂଶପାଳ ବ୍ଲକ କାଦକଳା ପଞ୍ଚାୟତର କାଦକଳା ଗ୍ରାମରେ ଦୋକାନୀ ଦୋକାନୀ ମଧ୍ୟରେ ବିବାଦ ହୋଇ ରବିବାର ଏକ ହତ୍ୟାକାଣ୍ଡ ଘଟିଛି। ମୃତ ଦୋକାନୀଙ୍କ ନାମ ମାୟାଧର ବେହେରା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତକାଲି ରାତିରେ ଭୁଜାଲିରେ ହାଣି ଅତି ନିର୍ମମ ଭାବେ ହତ୍ୟା କରି ଫେରାର ହୋଇ ଯାଇଥିବା ବେଳେ ପୋଲିସ ଖବର ପାଇ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଛି। ଖୁବ୍‌ଶୀଘ୍ର ଧରାଯିବ ବୋଲି ନୟାକୋଟ ଥାନା ଅଧିକାରିଣୀ ସୂଚନା ଦେଇଛନ୍ତି। ମାୟାଧର ବେହେରାଙ୍କ ଚନ୍ଦନ ତସ୍କର କର୍ନାଟକର ବୀରାପାନଙ୍କ ଭଳି ନିଶ ନିଆରା। ଏଥିପାଇଁ ସେ ଅଞ୍ଚଳରେ ଚର୍ଚ୍ଚିତ ଥିଲେ। ତାଙ୍କ ମୃତ୍ୟୁକୁ ନେଇ ଉକ୍ତ ଅଞ୍ଚଳରେ ଶୋକ ଖେଳିଯାଇଛି। ପୋଲିସ କେସ ନଂ. ୧୨/୨୨ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିବା ଜଣାପଡ଼ିଛି।