Categories: ବାଣିଜ୍ୟ

ଶପ୍‌ସିର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୧୧।୭: ଭାରତର ଦ୍ରୁତ-ଅଭିବୃଦ୍ଧିଶୀଳ ହାଇପର୍‌ ଭାଲ୍ୟୁ ପ୍ଲାଟ୍‌ଫର୍ମ ଶପ୍‌ସି ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। ଏପରିକି ଦେଶର ଟିୟର-୨ ଓ ଟିୟର-୩ ଅଞ୍ଚଳଗୁଡିକରେ ମୂଲ୍ୟ ବିତରଣ କରିବାର ୨ୟ ପୂର୍ତ୍ତି ଉତ୍ସବ ପାଳନ କରିଛି। ବିଶେଷ କରି ବିଗତ ୨ ବର୍ଷରେ ୨୦୦ମିଲିୟନ ଶପ୍‌ସି ଆପ୍‌ ଡାଉନ୍‌ଲୋଡ୍‌ର ସଫଳତାକୁ ମଧ୍ୟ ଅତିକ୍ରମ କରିଛି। ସେହିଭଳି ପ୍ଲାଟ୍‌ଫର୍ମର ୨ୟ ବାର୍ଷିକୀକୁ ପାଳନ କରିବା ପାଇଁ ଶପ୍‌ସିର ମେଗା ଆନିଭର୍ସାରି ସେଲ୍‌ର ୨ୟ ସଂସ୍କରଣ ନିକଟରେ ଶପ୍‌ସି ପ୍ଲାଟ୍‌ଫର୍ମରେ ଲାଇଭ୍‌ ହୋଇଥିଲା। ଏହି ସମୟ ମଧ୍ୟରେ ପ୍ଲାଟ୍‌ଫର୍ମ ବିକ୍ରିରେ ହୋଇଥିବା ଉତ୍ପାଦ ସଂଖ୍ୟାରେ ୨ଗୁଣ ବୃଦ୍ଧି ପରିଲକ୍ଷିତ କରିଥିଲା। ଯେଉଁଥିରୁ ମହିଳାଙ୍କର ଶାଢି, ପୁରୁଷଙ୍କ ଶାର୍ଟ ଓ କୁର୍ତ୍ତା ଆଦି ସର୍ବାଧିକ ବିକ୍ରି ହୋଇଥିବା ଉପତ୍ାଦ ଥିଲା ବୋଲି ଶପ୍‌ସିର ମୁଖ୍ୟ କପିଲ ଥିରାନି ମତ ପ୍ରକାଶ କରିଛନ୍ତି।

Share