ଗଜପତିରେ ଅଭାବୀ ବର୍ଷା: ଧାନ ଅମଳ ହେବ କି ନାହିଁ ଆଶଙ୍କାରେ

ପାରଳାଖେମୁଣ୍ଡି,୧୫ା୧୦(ଗିରିଧାରୀ ପରିଛା): ଗଜପତି ଜିଲାରେ ଅଭାବୀ ବର୍ଷା ଯୋଗୁ ଚିନ୍ତାରେ ରହିଛନ୍ତି ଚାଷୀ। କ୍ଷେତରେ ଧାନ ଗର୍ଭରେ ଥିବା ବେଳେ ଆଉ କିଛି ଧାନ ଗଛ ଅଳ୍ପ ଅଳ୍ପ ଧାନ ଛାଡୁଛି। ଏହି ସମୟରେ ବହୁ ପରିମାଣର ପାଣିର ଆବଶ୍ୟକତା ରହିଛି । ହେଲେ ବର୍ଷା ଅଭାବ ଯୋଗୁ ଜଳାଶୟ ଗୁଡିକ ଶୁଖିବାରେ ଲାଗିଛି । ଏପରି ସ୍ଥଳେ ଚାଷୀ ଦିନ ଓ ରାତି କ୍ଷେତକୁ ପାଣି ଯୋଗାଇବାକୁ ପାଣି ଉତ୍ସ ଥିବା ସ୍ଥାନରୁ ପାଣି ବୋହି ଆଣି କ୍ଷେତରେ ମଡାଉଛନ୍ତି। ଏଥିପାଇଁ ସେମାନେ ଜଳ ଉତ୍ସ ଥିବା ସ୍ଥାନରେ ମୋଟର ଲଗାଇବା ସହ ପାଇପ ବିଛାଇ ଚାଷ ଜମିକୁ ଜଳ ନେଉଥିବାର ଦେଖିବାକୁ ମିଳୁଛି ।

ଜଳସଙ୍କଟ ଥିବା ଯୋଗୁ ଚଳିତ ବର୍ଷର ଧାନ ଅମଳ ହେବ କି ନାହିଁ ଆଶଙ୍କାରେ ରହିଛନ୍ତି ଚାଷୀକୂଳ। ଜିଲାରେ ଥିବା ୭ଟି ବ୍ଲକରୁ ଗୋଷାଣି ଓ କାଶୀନଗର ବ୍ଲକ ଧାନ ଚାଷ ପାଇଁ ବେଶ୍‌ ପରିଚିତ। ତେବେ ଏହି ଦୁଇ ବ୍ଲକରେ ଥିବା ଜଳାଶୟଗୁଡିକ ଶୁଖିଲା ଅବସ୍ଥାରେ ପଡିଛି। ଚଳିତବର୍ଷ ବର୍ଷା ଅଭାବ ସହ କେନାଲଗୁଡିକର ମରାମତି ହୋଇ ନ ଥିବାରୁ ଠିକ ରୂପେ ଜଳ ଚାଷ ଜମିକୁ ମାଡି ନାହିଁ। ଗୋଷାଣି ବ୍ଲକରେ ପାରଳାଖେମୁଣ୍ଡି ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ କରିଥିବା କୃଷ୍ଣ ସାଗର ଏବଂ ଏହାର କେନାଲଗୁଡିକ ରକ୍ଷଣାବେକ୍ଷଣ ପ୍ରତି ପ୍ରଶାସନର ଅବହେଳା ହେତୁ ଚାାଷୀ ଜମିକୁ ଜଳସେଚନ ପାଇଁ ସମସ୍ୟାର ସମ୍ମୁଖୀନ ହୋଇଛି।

କେନାଲଗୁଡିକୁ ସଫା କରିବା ପାଇଁ ଚାଷୀ ବାରମ୍ବାର ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇ ଦାବି କରିଥିଲେ ମଧ୍ୟ ବିଭାଗୀୟ କତ୍ତୃପକ୍ଷ ଗୁରୁତ୍ୱ ଦେଇନାହାନ୍ତ ଯଦି ଚଳିତବର୍ଷ ଧାନ ପୋଡିଯାଏ ଅବା ଅଗାଡି ହୋଇଯାଏ ତେବେ ଚାଷୀ ଓ ଭାଗଚାଷୀ କ୍ଷତିଗ୍ରସ୍ତ ହେବେ। ଏହା ହେଲେ ଆଗାମୀ ଦିନରେ ଜମି ପଡିଆ ପକାଇ ପେଟପାଟଣା ପାଇଁ ଆମେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେବୁ ବୋଲି କେତେଜଣ ଚାଷୀ ଓ ଭାଗଚାଷୀ କହିଛନ୍ତି। ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଇ ତୁରନ୍ତ କେନାଲଗୁଡିକ ସଫା ଓ ମରାମତି କରି ଚାଷଜମିକୁ ପାଣି ଛାଡିବା ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ କଲରାପତରିଆ ବାଘ ମୃତ

ବରଗଡ଼,୧୫।୧୦ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅନ୍ତର୍ଗତ ସମ୍ବରଧରା-ଲଖନପୁର ରାସ୍ତାରୁ ମଙ୍ଗଳବାର ଏକ କଲରାପତରିଆ ବାଘର ମୃତଦେହ ଉଦ୍ଧାର ହୋଇଛି। ବାଘର ମୃତଦେହକୁ...

ହତ୍ୟାକାରୀଙ୍କ ଘର ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ: ମୃତଦେହ ରଖି ରାସ୍ତା ଅବରୋଧ, ପୋଲିସ ମୁତୟନ

ଘସିପୁରା/ରାମଚନ୍ଦ୍ରପୁର,୧୫।୧୦(ନିରଞ୍ଜନ ସାହୁ/ଗଣେଶ୍ୱର ସା): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଧୀନ ପଣ୍ଡୁଆ ଛକରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୂର୍ବ...

ଚଳିତବର୍ଷ ବାଲିଯାତ୍ରାରେ ଖୋଲିବ ୧୧ ଶହ ଦୋକାନ, ଜାଣନ୍ତୁ କିପରି କରିବେ ପଞ୍ଜିକରଣ

କଟକ,୧୫।୧୦: ପ୍ଲଟ ପଞ୍ଜୀକରଣ କଟକର ଐତିହାସିକ ବାଲିଯାତ୍ରା ଆସନ୍ତା ମାସ ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥିନିମନ୍ତେ ପ୍ଲଟ୍ ଆବଣ୍ଟନ ପାଇଁ...

ଲଢ଼ିଲେ ଗନ୍‌ମ୍ୟାନ, ନିସ୍ତୁକ ମାଡ଼ ଖାଇ ବଞ୍ଚାଇଦେଲେ ୩୮ ଲକ୍ଷ ଟଙ୍କା, ଖସିଗଲେ ୨ ଲୁଟେରା

କେନ୍ଦୁଝର,୧୫।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ଥାନା ଅନ୍ତର୍ଗତ କମାରଯୋଡ଼ା ନିକଟରେ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଏଟିଏମ କାଉଣ୍ଟରରେ ଟଙ୍କା ଭରିବାକୁ ଯାଉଥିବା ଏକ ଭ୍ୟାନରୁ ଟଙ୍କା...

ମୋହନ ସରକାରଙ୍କ ବଡ଼ ନିଷ୍ପତ୍ତି: ଧାନ କିଣାବେଳେ ସିଲ୍‌ ହେବ ପଡ଼ୋଶୀ ରାଜ୍ୟ ସୀମା

ଭୁବନେଶ୍ୱର,୧୫।୧୦: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଖରିଫ୍‌ ଧାନ କିଣା ସଂକ୍ରାନ୍ତରେ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟରେ ଧାନ...

ନବୀନଙ୍କ ବଢୁଛି ଟେନଶନ, ରୋକିବାର ନା ନେଉନି ବିଜେଡିର ଗୋଷ୍ଠୀ କନ୍ଦଳ

ଭୁବନେଶ୍ୱର,୧୫।୧୦: ୨୪ବର୍ଷ ଶାସନରେ ଥିବା ବିଜେଡିକୁ ଏବେ ଘାରିଛି ଗୋଷ୍ଠୀ କନ୍ଦଳର ଡର। କ୍ଷମତା ଗଲା ପରେ ଗୋଟିଏ ଦଳରେ ଏ କେଉଁ ପ୍ରକାର ପରିସ୍ଥିତି...

ଓଡ଼ିଶା ଛାଡ଼ିଲା ‘ମୌସୁମୀ’

ଭୁବନେଶ୍ୱର,୧୫।୧୦: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରୁ ବିଦାୟ ନେଇଛି। ୧୩ ତାରିଖରେ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବୁଧବାର ସୁଦ୍ଧା ଏହା...

ମୁଖ୍ୟମନ୍ତ୍ରୀ ଦେଲେ ସୂଚନା: ଏହି ଦିନ ଆସିବ ‘ସୁଭଦ୍ରା’ ଟଙ୍କା

ଭୁବନେଶ୍ୱର/କେନ୍ଦୁଝର,୧୫।୧୦: ‘ସୁଭଦ୍ରା ଯୋଜନା’କୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌। ଏହାର ପ୍ରଥମ ପର୍ଯ୍ୟାୟର ତୃତୀୟ କିସ୍ତି କେବେ ଆସିବ ସେନେଇ ମହିଳାମାନେ ଚାହିଁ ରହିଛନ୍ତି। ଏମିତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri