Categories: ଜାତୀୟ

ପୋଲିସ ଆଗରେ ଗୁଳିକରି ହତ୍ୟା

ଲକ୍ଷ୍ନୌ/ବାଲିଆ, ୧୭ା୧୦: ଉତ୍ତରପ୍ରଦେଶର ବଲିଆ ଅନ୍ତର୍ଗତ ଦୁର୍ଜନପୁର ଗ୍ରାମରେ ରାଶନ ଦୋକାନ ବଣ୍ଟନ ଲାଗି ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ହୋଇଥିବା ବୈଠକରେ ଗୁରୁବାର ଗୁଳିମାଡ଼ କରି ଜଣଙ୍କୁ ହତ୍ୟା କରାଯାଇଛି। ଏସ୍‌ଏଚ୍‌ଜି ମଧ୍ୟରେ ପାଟିତୁଣ୍ଡ ହେବାରୁ ସବ୍‌ ଜୁଡିସିଆଲ ମାଜିଷ୍ଟ୍ରେଟ୍‌ (ଏସ୍‌ଡିଏମ୍‌) ଏହାକୁ ସ୍ଥଗିତ ରଖିବା ଲାଗି ନିର୍ଦ୍ଦେଶ ଦେଇଥିବାବେଳେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ପରେ ଅସନ୍ତୁଷ୍ଟ ଗୋଷ୍ଠୀ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଆଗରେ ଅପର ପକ୍ଷଙ୍କୁ ଗୁଳିମାଡ଼ କରିଥିଲେ। ଏଥିରେ ଜୟ ପ୍ରକାଶ (୪୬) ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ରାଜନୀତି ତେଜିବାରେ ଲାଗିଥିବାବେଳେ ପୋଲିସ ସ୍ଥାନୀୟ ଭାଜପା ନେତାଙ୍କ ଭାଇଙ୍କୁ ଗିରଫ କରିବା ସହ ୫ ଜଣଙ୍କୁ ଥାନାରେ ଅଟକ ରଖିଛି। ତେବେ ମୁଖ୍ୟ ଅଭିଯୁକ୍ତ ଧୀରେନ୍ଦ୍ର ପ୍ରତାପ ସିଂ ଫେରାର୍‌ ଅଛନ୍ତି। ଏହି ଘଟଣାରେ ୩ ଏସ୍‌ଆଇଙ୍କ ସମେତ ୯ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଏସ୍‌ଡିଏମ୍‌ ସୁରେନ୍ଦ୍ର ଚନ୍ଦ୍ର ପାଲ୍‌ ଓ ପୋଲିସ ସର୍କଲ ଅଫିସର ଚନ୍ଦ୍ରକେଶ୍‌ ସିଂଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି। ଏଡିଜି ବ୍ରିଜ୍‌ଭୂଷଣ, ଡିଆଇଜି ସୁଭାଷ ଚନ୍ଦ୍ର ଦୁବେ ଦୁର୍ଜନପୁର ଗ୍ରାମକୁ ଯାଇ ଶୁକ୍ରବାର ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି।

Share